www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତାରେ ବୁଲୁଛି ଜଙ୍ଗଲୀ ଦନ୍ତା, ପଥଚାରୀ ଭୟଭୀତ

କଲ୍ୟାଣସିଂହପୁର: ଲାଞ୍ଜିଗଡ଼ ସୀମାନ୍ତ କନାକାଡୁ ଗାଁରେ ହାତୀ-ମଣିଷ ଲଢ଼େଇରେ ଜଣେ ନାବାଳକକୁ ଜଙ୍ଗଲୀ ଦନ୍ତା ଶୁଣ୍ଢରେ କଚାଡି ମାରିବା ପରେ ବି ଶାନ୍ତ ହୋଇନି। ଲାଞ୍ଜିଗଡ଼ ଓ କଲ୍ୟାଣସିଂହପୁର ଜଙ୍ଗଲ ରାସ୍ତାରେ ଘୁରି ବୁଲୁଛି ଦାନ୍ତା ହାତୀ। ପ୍ରତିଦିନ ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରୁଥିବା ପଥଚାରୀ ଏବେ କୋକୁଆ ଭୟରେ ଅଛନ୍ତି। ଯାତାୟାତ ସମୟରେ ପଥଚାରୀ ହାବୁଡରେ ପଡିଲେ ଘଉଡାଇ ଆଣୁଥିବା ଦେଖିବାକୁ ମିଳିଛି।

କଲ୍ୟାଣସିଂହପୁରରୁ ଲାଞ୍ଜିଗଡ଼, ବିଜେପୁର, ବିଶ୍ବନାଥପୁର ଦେଇ ପ୍ରତିଦିନ କଳାହାଣ୍ଡିକୁ ଅନେକ ଲୋକ ଦିନରାତି ଚଳପ୍ରଚଳ କରୁଛନ୍ତି। ଏବେ ସମସ୍ତଙ୍କୁ ହାତୀ ଭୟ ରହିଛି, ଯାହା ଫଳରେ ଆଉ କାହାର ଜୀବନ ଚାଲି ନ ଯାଉ ଏଥିପାଇଁ  ବନଖଣ୍ଡ ଏଥିପ୍ରତି ସାବଧାନ ହୋଇ ଅନ୍ୟତ୍ର ଘଉଡାଇବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ରାୟଗଡା, କଳାହାଣ୍ଡି ଜିଲ୍ଲା ସିମାନ୍ତ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢୁଥିବା ବେଳେ ବିଜେପୁରଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସଳପକନା ଆମଗୁଡା ନିକଟ ଜଙ୍ଗଲରେ ଘୁରି ବୁଲୁଛି ଏକ ଟିକିଆ ଦନ୍ତାହାତୀ। ସନ୍ଧ୍ୟା ସମୟରେ ବିଜେପୁର ଲାଞ୍ଜିଗଡ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦନ୍ତା ହାତୀ ବୁଲୁଥିବା ବେଳେ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରିବା ପାଇଁ ଭୟଭୀତ ହେଉଛନ୍ତି। ସୂଚନା ଅନୁସାରେ, ବିଜେପୁର ସେକ୍ସନ ସଳପକନା ଆମଗୁଡା ନିକଟ ଜଙ୍ଗଲରେ ଏକ ଟିକିଆ ଦନ୍ତାହାତୀ ଘୁରି ବୁଲୁଥିବା ବେଳେ ଲୋକେ ବିଜେପୁରଠାରୁ ଲାଞ୍ଜିଗଡ ଯିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ତେଵେ କିଛି ଦିନ ତଳେ କୁମଖାଳ ପଞ୍ଚାୟତ କାତେଲବାୟୁ ଗାଁର ଜଣେ ୧୮ବର୍ଷିୟ ଯୁବକ ଜଙ୍ଗଲକୁ ନିଜ ଗାଈ ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ତାଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଲାଞ୍ଜିଗଡ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ବାରମ୍ବାର ଘଟୁଥିବା ବେଳେ ବର୍ଷ ତମାମ ପରିଶ୍ରମ କରି ଧାନ, ମାଣ୍ଡିଆ, କାନ୍ଦୁଲ, କଦଳୀ, ହଳଦୀ ଓ ବିଭିନ୍ନ  ଫସଲ ନଷ୍ଟ କରିବା ସମେତ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି । ଏଥିପାଇଁ ସନ୍ଧ୍ୟା ହେଲେ ଅଞ୍ଚଳବାସୀ ହାତୀ ଭୟରେ ଥରୁଛନ୍ତି। ଉକ୍ତ ଅଞ୍ଚଳରେ ରାତି ନ ହଉଣୁ ବିଜୁଳିକାଟ ଯୋଗୁ ଲୋକେ ଆହୁରି ଭୟଭୀତ ହେଉଥିବା ବେଳେ ବିଜୁଳି ଆଲୁଅ ନ ଥିବାରୁ ମଧ୍ୟ ହାତୀ ଗାଁ ମୁହାଁ ହୋଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି। ତେଵେ ବନବିଭାଗ ଏଥିପ୍ରତି ସଜାଗ ରହି ଲୋକ ଓ ଫସଲ କେମିତି ସୁରକ୍ଷିତ ରହିବ ସେନେଇ ଧ୍ୟାନ ଦିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ପ୍ରତିକାର ବାହାର କରି ରାୟଗଡା, କଳାହାଣ୍ଡି ଜିଲ୍ଲାରେ ରହିଆସୁଥିବା ହାତୀ ପଲକୁ ଘଉଡାଇବା ବ୍ୟବସ୍ଥା କରାଯାଉ, ନଚେତ ପୁନର୍ବାର ଯଦି ଆଉ କାହାର ଜୀବନ ଚାଲିଯିବ ତାହାହେଲେ ଏଥିପାଇଁ କାର୍ଯ୍ୟରତ ବନବିଭାଗ ଅଧିକାରୀମାନେ ଦାୟୀ ରହିବେ ବୋଲି ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories