www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀମନ୍ଦିର ସଂସ୍କାର ମାମଲା; ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରି, ପକ୍ଷଭୁକ୍ତ ହେବାକୁ ଶଙ୍କରାଚାର୍ଯ୍ୟଙ୍କ ଆବେଦନ

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ଦିବସ ଅନୁଯାୟୀ ମଙ୍ଗଳବାର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଏହି ଅବସରରେ ଆମିକସକ୍ୟୁରି ରଞ୍ଜିତ କୁମାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ସମସ୍ତ ୪ ପକ୍ଷଙ୍କୁ ନିଜର ମତାମତ ଉପସ୍ଥାପନ କରିବା ଲାଗି ୪ ସପ୍ତାହ ମହଲତ ଦେଇଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା ଏପ୍ରିଲ ୨ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଶୁଣାଣି ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ମାମଲାରେ ପକ୍ଷଭୁକ୍ତ ହେବାକୁ ଆବେଦନ କରାଯାଇଥିଲା।

ସୂଚନା ମୁତାବକ, ଶ୍ରୀମନ୍ଦିର ସଂସ୍କାର ଲାଗି ସୁପ୍ରିମକୋର୍ଟ ୧୨ ସୂତ୍ରୀ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନିକଟରେ ଆମିକସକ୍ୟୁରି ପୁରୀ ଆସି ପ୍ରସ୍ତାବ ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories