www.samajalive.in
Tuesday, December 9, 2025
16.1 C
Bhubaneswar

ସମ୍ଭାବ୍ୟ ବାତ୍ୟା କୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୨୭ ଓ ୨୮ ସ୍କୁଲ ଓ ଅଙ୍ଗନାବାଡ଼ି ଛୁଟି, ତିନି ଦିନ ସମୁଦ୍ରରେ ଗାଧେଇଵା ମନା |

ସମାଜ ନ୍ୟୁଜ ଡେସ୍କ: ସମ୍ଭାବ୍ୟ ବାତ୍ୟା ମୋନ୍ଥା ପ୍ରଭାବରେ ସୋମବାର ରାତିରେ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି l ଏଣୁ ସମସ୍ତ ବିଭାଗ ସଜାଗ ହୋଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏକ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି  l ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଆସନ୍ତା ୨୭ ଓ ୨୮ ତାରିଖ ରେ ଛୁଟି ଘୋଷଣା କରାଯାଇଛି  l ପ୍ରତି ଗାଁ ଗାଁ ମାଇକ ଯୋଗେ ପ୍ରଚାର କରାଯିବ  l ଜିଲ୍ଲାରେ ଥିବା ୧୧୦ ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି  l ସୋମବାର ସନ୍ଧ୍ୟା ୫ ଟା ସୁଦ୍ଧା ସମସ୍ତ ଉପକୁଳ ବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l

- Advertisement -

ଲୋକଙ୍କୁ ସ୍ଥାନନ୍ତର କରିବା ବେଳେ ଆବଶ୍ୟକ ହେଲେ ପୋଲିସ ର ସହଯୋଗ ନିଆଯିବ l ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ସୋରଡ଼ା ଅଞ୍ଚଳରେ ଭୂଷ୍ପଳନ ର ସମ୍ଭାବନା ରହିଥିବାରୁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବା ଲାଗି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି l ଜିଲ୍ଲାର କୌଣସି ସ୍ଥାନରେ ଲୋକେ ଏହି ଦୁଇ ଦିନ ଯେପରି କଚ୍ଛା ଘରେ ରହିବେ ନାହିଁ ସେଦିଗରେ ଧ୍ୟାନ ଦେବା ପାଇଁ ସମସ୍ତ ବିଡ଼ିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସମୁଦ୍ର ମଧ୍ୟରେ ମାଛ ମାରିବାକୁ ମତ୍ସଯିବିଙ୍କୁ ବାରଣ କରାଯାଇଛି l ଏହାକୁ କଡାକଡି କରାଯିବ l

ସହରାଞ୍ଚଳରେ ପାଣି ପମ୍ପ ଓ ପାଣି ନିଷ୍କାସନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ କରି ରଖିବାକୁ ଵିଏମସି ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରି ମାନଙ୍କୁ କୁହାଯାଇଛି l ଅଗ୍ନିଶ୍ରମ ବିଭାଗ ଓଡ୍ରାଫ ବିଭାଗ ସଜାଗ ହୋଇ ରହିବାକୁ କୁହାଯାଇଛି l ପ୍ରତି ୧୦ ଟି ଗ୍ରାମ ପଞ୍ଚାୟତ କୁ ଗୋଟାଏ ଲେଖାଁ ଜେସିବି ରଖାଯାଇଛି l ତିନି ଦିନ ସମୁଦ୍ର ରେ ଗାଧେଇବା ବାରଣ | ଟାଟା ପାୱାର କୁ ସଜାଗ ହୋଇ ରହିବା ସହ ବିଦ୍ୟୁତ କଟିଲେ ତୁରନ୍ତ ସମଧାନ କରିବାକୁ କୁହାଯାଇଛି l ବିଶେଷ କରି ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ l

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories