www.samajalive.in
Monday, December 8, 2025
20.1 C
Bhubaneswar

ସଙ୍କଟରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା, ଯୋଗାଡ ହୋଇପାରୁନି ଡିଜେଲ

ନୂଆଦିଲ୍ଲୀ, ୨୪ା୧୦: ନାଗରିକଙ୍କୁ ମାଗଣା ସୁବିଧା ଯୋଗାଇବା ପ୍ରତିଶ୍ରୁତିରେ ଅନେକ ରାଜ୍ୟ ଉପରେ ଋଣ ବୋଝ ବଢିବାରେ ଲାଗିଛି। ନିର୍ବାଚନ ସମୟରେ ଦେଉଥିବା ପ୍ରତିଶ୍ରୁତି ପୂରଣ ପାଇଁ ରାଜ୍ୟର ରାଜକୋଷ ଉପରେ କେଉଁଭଳି ପ୍ରଭାବ ପଡେ ତାହା ପଞ୍ଜାବରେ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟିର ରାଜ୍ୟ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ଏବେ ସଙ୍କଟରେ ପଡିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଯୋଜନାରେ ପଞ୍ଜାବ ରୋଡୱେଜ୍ ଉପରେ ୧୨୦୦ କୋଟି ଟଙ୍କାରୁ ଅଧିକ ବକେୟା ପଡିଛି। ଅନ୍ୟପଟେ ଅନେକ ଡିପୋରେ ବସ୍ ଗୁଡିକ ଠିଆ ହୋଇଛନ୍ତି, ଗଡିବା ପାଇଁ ଡିଜେଲ୍ ବ୍ୟବସ୍ଥା ମଧ୍ୟ ହୋଇପାରୁନି।

ପଠାନକୋଟ ରୋଡୱେଜ୍ ଡିପୋରେ ଡିଜେଲ ସରିବା ପରେ ଶୁକ୍ରବାର ଗାଡି ଗଡିବା ବନ୍ଦ ହୋଇଯାଇଛି। ଫଳରେ ଚଣ୍ଡୀଗଡ, ଅମୃତସର, ଜଳନ୍ଧର ଓ ଗୁରଦାସପୁର ଭଳି ବିଭିନ୍ନ ରୁଟରେ ବସ୍ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏଥିରେ ମହିଳା ଯାତ୍ରୀ, ଖାସ୍ କରି ଛାତ୍ରୀମାନେ ହଇରାଣ ହୋଇଛନ୍ତି। ପଠାନକୋଟ ଡିପୋରେ ଅନେକ ସମୟ ଅପେକ୍ଷା ପରେ ଶେଷରେ ଯାତ୍ରୀମାନେ ଘରୋଇ ବସରେ ଯାତ୍ରା କରିଛନ୍ତି। ମହିଳାମାନେ ବସ୍ ଭଡା ଦେଇ ଯାତ୍ରା କରିବା ପରେ ସରକାରଙ୍କ ମାଗଣା ବସ୍ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ପଞ୍ଜାବ ରୋଡୱେଜ୍ ପନବସ୍ କଣ୍ଟ୍ରାକ୍ଟ ୱର୍କର ୟୁନିୟନ୍ ମୁଖ୍ୟ ଯୋଗୀନ୍ଦ୍ର ପାଲ ସିଂହ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ କ୍ଷମତାକୁ ଆସିବା ପାଇଁ ସରକାର ବଡ ବଡ ପ୍ରତିଶ୍ରୁତି ଦେଇଥିଲେ; କିନ୍ତୁ ଡିଜେଲ ପାଇଁ ଅର୍ଥ ଯୋଗାଡ କରିପାରୁନାହାନ୍ତି। ସରକାର ମାଗଣା ସେବା ଦେବା ପାଇଁ ଯୋଜନା କରୁଛନ୍ତି; କିନ୍ତୁ ବଜେଟ ବ୍ୟବସ୍ଥା କରୁନାହାନ୍ତି। ବସରେ ଓଭରଲୋଡିଂ ସମସ୍ୟା ଦେଖାଯାଉଛି। ଯାତ୍ରୀମାନେ ମଧ୍ୟ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି। ବସ୍ ନଚାଲିବାରୁ ବାଧ୍ୟ ହୋଇ ମହିଳାମାନେ ଭଡା ଦେଇ ଯାତ୍ରା କରିବା ଫଳରେ ଅସନ୍ତୋଷ ଦେଖାଦେଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories