www.samajalive.in
Monday, December 8, 2025
27.1 C
Bhubaneswar

ଡିଜିଟାଲ ପୈଠ ବଢ଼ାଉଛନ୍ତି ମହିଳା ଓ ଜେନ୍ Z, ୨୦୨୫ରେ ୩୫% ବୃଦ୍ଧି

ଭୁବନେଶ୍ବର, ୧୪ା୧୦: ଭାରତର ସହରଗୁଡିକରେ ଡିଜିଟାଲ ପୈଠ ଚଳିତବର୍ଷ ୩୫ ପ୍ରତିଶତ ବୃଦ୍ଧି ପାଇଛି। ଏଥିରେ ମହିଳାଙ୍କ ଭାଗୀଦାରି ସବୁଠୁ ଅଧିକ ରହିଛି। ରିପୋର୍ଟରେ କୁହାଯାଇଛି କି ଡିଜିଟାଲ ପୈଠରେ ବୃଦ୍ଧି ମୁଖ୍ୟତଃ ମହିଳା, ଚାକିରି କରିଥିବା ଯୁବପିଢି ଏବଂ ଛୋଟ ସହରର ଉପଭୋକ୍ତାଙ୍କ ଯୋଗୁଁ ହୋଇଛି। ସମସ୍ତେ ଡିଜିଟାଲ ପୈଠକୁ ପସନ୍ଦ କରୁଛନ୍ତି। ରିପୋର୍ଟରେ କୁହାଯାଇଛି କି ଏବେ ଡିଜିଟାଲ ପୈଠ କେବଳ ଅନଲାଇନ୍ ସପିଂ ପର୍ଯ୍ୟନ୍ତ ସୀମିତ ନହୋଇ ସମସ୍ତ ନେଣଦେଣରେ ବ୍ୟବହୃତ ହେଉଛି। ୟୁପିଆଇ, କାର୍ଡ ଓ କଣ୍ଟାକ୍ଟଲେସ୍ ମୋଡ୍ ଭଳି ପୈଠର ଲୋକପ୍ରିୟତା ବଢୁଛି।

ରିପୋର୍ଟ ଅନୁସାରେ ଏବେ ଉପଭୋକ୍ତା କେବଳ ଇଲେକ୍ଟ୍ରୋନିକ୍ସ ବା କପଡା ଭଳି ମହଙ୍ଗା ସପିଂ ନୁହେଂ, ବରଂ ବିଜୁଳି ଓ ଗ୍ୟାସ୍ ବିଲ୍ ପୈଠ ପାଇଁ ଡିଜିଟାଲ ପେମେଣ୍ଟକୁ ପସନ୍ଦ କରୁଛନ୍ତି। ‘ହାଓ ଅର୍ବାନ ଇଣ୍ଡିଆ ପେ ୨୦୨୫’ ରିପୋର୍ଟ ଅନୁସାରେ ଦୈନିକ ଟ୍ରାଞ୍ଜାକ୍ସନରେ ମଧ୍ୟ ଏହାକୁ ବହୁଳ ବ୍ୟବହାର କରାଯାଉଛି। ଦେଶରେ ଜେନ୍ Z ଓ ମିଲେନିୟଲ୍ସଙ୍କୁ କ୍ରେଡିଟ୍ କାର୍ଡ ପସନ୍ଦ ଆସୁଛି। ରିପୋର୍ଟରେ କୁହାଯାଇଛି କି ୬୫ ପ୍ରତିଶତ ଯୁବ ପେସାଦାର ନିଜ ପ୍ରଥମ ଜବ୍ ଆରମ୍ଭ ହେବା ମାତ୍ରେ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିଦେଉଛନ୍ତି। ସେମାନେ ମୁଖ୍ୟତଃ ବିବାହ ଖର୍ଚ୍ଚ ପାଇଁ ଋଣ ନେଉଛନ୍ତି, କ୍ୟାଶବ୍ୟାକ୍ ଓ ରିୱାର୍ଡସ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories