www.samajalive.in
Thursday, November 13, 2025
25.1 C
Bhubaneswar

ସ୍ବାଗତ ନାଁରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ 

ବ୍ରହ୍ମପୁର : ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ରାଜ୍ୟ ଏକାଧିକ ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଛି। ଗାଳିଗୁଲଜ ଓ ଗାଡି ଭଙ୍ଗାରୁଜା ଭଳି ପରିସ୍ଥିତି  ସାମ୍ନାକୁ ଆସିଛି। ଏଥିରେ କଟକ ଏସସିବି, ବୁର୍ଲା ଭିମସାର ଓ ଏମକେସିଜିର ଏକାଧିକ ଛାତ୍ର ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ସ୍ବାଗତ ନାଁରେ ଉପୁଜିଥିବା ଏହି ଗଣ୍ଡଗୋଳ ପରେ ଏମକେସିଜି କର୍ତ୍ତୃପକ୍ଷ ଇଣ୍ଟର ମେଡିକସ୍ ମିଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତିବାଦରେ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଖବର ଲେଖାହେବା ସୁଧା ଏମକେସିଜିରେ ଉତ୍ତେଜନା ଲାଗିରହିଛି।
ସୂଚନାଥାଉକି, ଚଳିତମାସ ୧୨ ତାରିଖରୁ ୧୮ ତାରିଖ ଯାଏଁ ଏମକେସିଜିରେ ଇଣ୍ଟର ମେଡିକସ୍ ମିଟ୍ ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ୧୮ ଟି ମେଡିକାଲ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କ୍ରୀଡା ଓ ସଂସ୍କୃତିକ ପ୍ରତିଯୋଗିତା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବାର ଥିଲା। ୨ ଦିନ ତଳେ ବୁର୍ଲା ସମେତ ଅନ୍ୟ କିଛି ମେଡିକାଲ କଲେଜର ଛାତ୍ରଛାତ୍ରୀ ବସ ଯୋଗେ ଏମକେସିଜିରେ ପହଞ୍ଚିଥିଲେ। ମାତ୍ର ଏହି ଘଟଣାପରେ ସେମାନେ ଫେରିଯାଇଛନ୍ତି  , ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିବର୍ଷ ଇଣ୍ଟର ମେଡିକସ୍ ମିଟ୍ ଆୟୋଜନ ହେଉଛି। ୨ ବର୍ଷ ତଳେ ବୁର୍ଲାରେ ଏହି ମିଟ୍ ଆୟୋଜନ ହୋଇଥିବା ବେଳେ ସେଠାରେ ସ୍ବାଗତ ନାଁରେ ଏମକେସିଜି ଛାତ୍ରଛାତ୍ରୀଙ୍କୁ ପ୍ରାଣାତକ ଆକ୍ରମଣ କରାଯାଇଥିଲା। ତେବେ ସ୍ବାଗତ ନାଁରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଏହି ଗାଳିଗୁଲଜ ଓ ଆକ୍ରମଣ ପରମ୍ପରାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହା ଦ୍ବାରା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନପଅତି ବିପଦ ଉପୁଜିଥିବାରୁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories