www.samajalive.in
Monday, December 8, 2025
27.1 C
Bhubaneswar

କଟକ ଗୋଷ୍ଠୀ ହିଂସା ଘଟଣା: ରାଜ୍ୟରେ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: କଟକ ଗୋଷ୍ଠୀ ହିଂସା ଘଟଣା ପରେ ରାଜ୍ୟରେ ହାଇ-ଆଲର୍ଟ ଜାରି ହୋଇଛି। ପୁଲିସ ମୁଖ୍ୟାଳୟରୁ ସମସ୍ତ ଜିଲା ଏସ୍‌ପିଙ୍କୁ ସଜାଗ ରହିବା ଲାଗି ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶ ମିଳିବା ପରେ ସାରା ରାଜ୍ୟରେ ବ୍ଲକିଂ ଓ ଚେକିଂକୁ ଜୋରଦାର୍‌ କରାଯାଇଛି। ରାତି ତମାମ ପୁଲିସ ଗାଡ଼ିମୋଟର ଓ ପରିଚୟପତ୍ର ଯାଞ୍ଚ କରୁଛି। ଜିଲା ସୀମାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରାଯାଇଛି।

ବିଶେଷକରି ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂପୁର ଜିଲା ସୀମାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। କଟକ ଓ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କୁ ପୁଲିସ ସନ୍ଦେହ ଘେରରେ ରଖିଛି। ଏପଟେ କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ଘରୁ ନ ବାହାରିବା ଲାଗି ପୁଲିସ ସଚେତନ କରୁଛି। ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି। କୌଣସି ଜରୁରୀ କାମରେ ଘରୁ ବାହାରିଲେ, ପୁଲିସ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି। ଶାନ୍ତି ଫେରାଇ ଆଣିବା ଲାଗି ପୁଲିସ ଉଦ୍ୟମ ଜାରି ରଖିଛି। ହେଲେ ହାଇ ଆଲର୍ଟ ସମ୍ପର୍କରେ ପୁଲିସ ମୁଖ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories