www.samajalive.in
Monday, December 8, 2025
17.1 C
Bhubaneswar

ଓଡ଼ିଶା ରାଜ୍ୟ ସମବାୟ ନୀତି ପାଇଁ ମତାମତ ଲୋଡ଼ିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ, କ୍ରିୟାଶୀଳ ଓ ବହୁମୁଖି କରିବା ଲକ୍ଷ୍ୟରେ “ଓଡ଼ିଶା ରାଜ୍ୟ ସମବାୟ ନୀତି, ୨୦୨୫ ପ୍ରକାଶ ପାଇବାକୁ ଯାଉଛି। ଏହି କ୍ରମରେ ଏକ ଚିଠା ସମବାୟ ନୀତି ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ସୁଚିନ୍ତିତ ମତାମତ/ ପ୍ରସ୍ତାବ ରଖିବାକୁ ସମବାୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଚିଠା ନୀତି ସମବାୟ ବିଭାଗର ଓ୍ବେବସାଇଟ “http://coop.odisha.gov.in “ରେ ଉପଲବ୍ଧ ଅଛି। ଜନସାଧାରଣ, ସମବାୟବିତ୍, ବୁଦ୍ଧିଜୀବୀ ସେମାନଙ୍କ ମତାମତ/ପ୍ରସ୍ତାବ Email:coopsec.or@od.gov.in/cooperationodisha@gmail.comରେ ପଠାଇ ପାରିବେ।

ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଚିଠା ସମବାୟ ନୀତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସମବାୟ ବିଭାଗ ଚିଠା ନୀତି ପ୍ରସ୍ତୁତ କରିଛି। ଏକ ସମୟୋପଯୋଗୀ, ବ୍ୟବହାରିକ ଓ ଉନ୍ନତ ସମବାୟ ନୀତି ପ୍ରସ୍ତୁତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ଜନ ସାଧାରଣଙ୍କ ସୁଚିନ୍ତିତ ମତାମତ/ପ୍ରସ୍ତାବ ଆହ୍ୱାନ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories