www.samajalive.in
Monday, December 8, 2025
20.1 C
Bhubaneswar

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅଭିନନ୍ଦନଙ୍କ ନିଶ

ନୂଆଦିଲ୍ଲୀ: ବାହାଦୁର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନରେ ୬୦ ଘଣ୍ଟା ରହି ସ୍ବଦେଶ ଫେରିଆସିଲେଣି। ସୋସିଆଲ ମିଡିଆରେ ତାଙ୍କର ଭାରତ ଫେରିବାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିଲା। ସେ ଫେରିବା ପରେ ସୋସିଆଲ ମିଡିଆରେ ‘ୱେଲକମ୍‌ ହୋମ୍‌ ଅଭିନନ୍ଦନ’ ଟ୍ରେଣ୍ଡ କରୁଛି। ଏହା ସହିତ ଆଉ ଏକ ଜିନିଷ ଟ୍ରେଣ୍ଡ କରିବାରେ ଲାଗିଛି, ତାହା ହେଉଛି ଅଭିନନ୍ଦନଙ୍କ ନିଶ।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏବେ ଅଭିନନ୍ଦନଙ୍କ ନିଶର ବହୁତ ପ୍ରଶଂସା କରୁଛନ୍ତି। ଲୋକେ କହୁଛନ୍ତି ଯେ, ନିଶ ରଖିବ ତ ଅଭିନନ୍ଦନଙ୍କ ପରି, ନଚେତ ଆଦୌ ରଖିବ ନାହିଁ। ସେହିଭଳି ବହୁ ଯୁବପିଢ଼ି ଅଭିନନ୍ଦନଙ୍କ ଭଳି ନିଶ ରଖିବେ ବୋଲି ମତ ଦେଉଛନ୍ତି। ଫେସବୁକ ଏବଂ ସୋସିଆଲ ମିଡିଆରେ ଅଭିନନ୍ଦନଙ୍କ ନିଶକୁ ନେଇ ଏଭଳି ଚର୍ଚ୍ଚା ହେଉଛି ଯେ ଖୁବ୍‌ ଶୀଘ୍ର ଏହା ଏକ ଟ୍ରେଣ୍ଡରେ ପରିଣତ ହେବାକୁ ଯାଉଛି। ଜଣେ ବ୍ୟବହାରକାରୀ ସତୀଶ କହିଛନ୍ତି, ଅଭିନନ୍ଦନଙ୍କ ପରି ନିଶ ରଖିବାକୁ ଏବେ ପାର୍ଲରରେ ଯୁବକଙ୍କ ଭିଡ଼ ଲାଗୁଛି।

- Advertisement -

ସେହିଭଳି ଅନ୍ୟ କେତେଜଣ ବ୍ୟବହାରକାରୀ ଲେଖିଛନ୍ତି ଭାରତ ସିଂହ ହେଉଛନ୍ତି ଅଭିନନ୍ଦନ। ପାକିସ୍ତାନ କେବଳ ତାଙ୍କ ନିଶ ଦେଖି ଡରିଗଲା।

ଅନ୍ୟପଟେ ପାକିସ୍ତାନୀ କଳାକାର ବୀଣା ମଲିକ ଅଭିନନ୍ଦନଙ୍କ ନିଶକୁ ନେଇ ଥଟ୍ଟାମଜା କରିଛନ୍ତି। ​ସେ ଟୁଇଟ୍‌ କରିଛନ୍ତି, ‘ବାକି ସବୁ ଛାଡ଼, ମୁଁ ଏଭଳି ନିଶ ପୂର୍ବରୁ କେବେ ଦେଖିନାହିଁ’।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories