www.samajalive.in
Monday, December 8, 2025
27.1 C
Bhubaneswar

ସହର ବୁଲି ସ୍ଥିତି ପରଖିଲେ ଡିଜିପି

ସମାଜ ଡିଜିଟାଲ ଡେସ୍କ: କଟକରେ ରବିବାର ଉତ୍ତେଜନା ସୃଷ୍ଟି ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ରାତି ପ୍ରାୟ ୯ଟାରେ ଡିଜିପି ଓ୍ବାଇ.ବି. ଖୁରାନିଆ ସହରରେ ବୁଲି ବୁଲି ସ୍ଥିତି ପରଖିଛନ୍ତି। ଡିଜିପିଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ବି ଉପସ୍ଥିତ ରହିଥିଲେ। ଡିଜିପି ରାସ୍ତାରେ ଚାଲି ଚାଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସହରବାସୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡିଜିପି ନିବେଦନ କରିଛନ୍ତି। କଟକରେ କ୍ୟାମ୍ପ ଅଫିସ ଖୋଲି ସ୍ଥିତି ଉପରେ ନଜର ରଖିବାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଥିଲେ।

ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାରୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ରବିବାର ପୁଲିସକୁ ଢେଲାପଥର ମାଡ଼ କରାଯିବା ପରେ ପୁଲିସ ପକ୍ଷରୁ ଲାଠି ଚାଳନା କରାଯିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ତେଣୁ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଆଶଙ୍କା ଥିବାରୁ ବିଭିନ୍ନ ସାହିର ଗଳିକନ୍ଦିରେ ପୁଲିସ ଛାଉଣୀ ହୋଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories