www.samajalive.in
Monday, December 8, 2025
20.1 C
Bhubaneswar

କହୁ କହୁ ସତ ଓଗାଳିଦେଲେ ପାକ୍‌ ବୈଦେଶିକ ମନ୍ତ୍ରୀ; କହିଲେ ଜୈଶ ସହ ଆମର ସମ୍ପର୍କ ରହିଛି

ଇସଲାମାବାଦ: ପୁଲୱାମା ଆକ୍ରମଣରେ ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କାବାଦୀ ସଂଗଠନର ସମ୍ପୃକ୍ତି ରହିଛି। ଖୋଦ ଜୈଶ ସଂଗଠନ ଏହି ଘୋଷଣା କରୁଥିବାବେଳେ ପାକିସ୍ତାନ ସରକାର ଏହା ମାନିବାକୁ ନାରାଜ। ଏହା ଭିତରେ ଜୈଶ ସଂଗଠନ ପୁଣି ଥରେ ପୁଲୱାମା ଆକମ୍ରଣରେ ନିଜର ସମ୍ପୃକ୍ତି ଥିବା ନେଇ ଏକ ଗଣମାଧ୍ୟମକୁ ସୂଚନା ଦେଇଛି। ଫଳରେ ପାକିସ୍ତାନ ଜୈଶ ସଂଗଠନ ଏବଂ ଏହାର ମୁଖ୍ୟ ମାସୁଦ ଆଝାରଙ୍କୁ ସୁରକ୍ଷା ଦେଉଥିବା ଏଥିରୁ ସ୍ପଷ୍ଟ ହେଉଛି।

ଅନ୍ୟ ଏକ ଘଟଣାକ୍ରମରେ ପାକ୍‌ ସରକାର ଜୈଶକୁ ସୁରକ୍ଷା ଦେଉଥିବା ସାମ୍ନାକୁ ଆସିଛି। କହୁ କହୁ ସତ ଓଗାଳି ଦେଇଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେଶୀ। ଜୈଶ ସଂଗଠନ ସହ ପାକିସ୍ତାନର ସମ୍ପର୍କ ରହିଥିବା ବିବିସିକୁ ସାକ୍ଷାତକାର ଦେବା ଅବସରରେ କ୍ୟୁରେଶୀ ସ୍ବୀକାର କରିଛନ୍ତି।

- Advertisement -

ସାକ୍ଷାତକାର ସମୟରେ କ୍ୟୁରେଶୀ କହିଥିଲେ ଯେ, ପୁଲୱାମା ଆକ୍ରମଣରେ ଜୈଶର ସମ୍ପୃକ୍ତି ନେଇ ଆମେ ଦ୍ବନ୍ଦ୍ବରେ ଅଛୁ। ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କ’ଣ ପାଇଁ ଦ୍ବନ୍ଦ୍ବରେ ଅଛନ୍ତି, କ୍ୟୁରେଶୀ ଉତ୍ତର ଦେଇ କହିଥିଲେ ଯେ, ଆମେ ଜୈଶ ସହ ସମ୍ପର୍କରେ ଅଛୁ। ଆମେ ଏ ବିଷୟରେ ପଚାରିଥିଲୁ, କିନ୍ତୁ ସେମାନେ ମନା କରିଥିଲେ। ତେବେ ଏଭଳି ଉତ୍ତର ଦେବା ପରେ ସେ ସମ୍ପୂର୍ଣ୍ଣ ହଡ଼ବଡ଼େଇ ଯାଇଥିଲେ ଏବଂ ତାଙ୍କ ମତ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ ବୋଳି ଟାଇମ୍ସନାଓ ଏକ ରିପୋର୍ଟ ପ୍ରକାଶ କରିଛି। ଜେଇଏମ ଆନୁଷ୍ଠାନିକ ଭାବେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ପରେ ମଧ୍ୟ କ୍ୟୁରେଶୀଙ୍କ ଏଭଳି ମନ୍ତବ୍ୟ ପାକିସ୍ତାନର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories