www.samajalive.in
Monday, December 8, 2025
20.1 C
Bhubaneswar

ଭସାଣରେ ଗଣ୍ଡଗୋଳ, ଢେଲାମାଡ଼

  • ଡିସିପିଙ୍କ ସମେତ ୧୫ ଆହତ
  • ରାସ୍ତାରେ ବସି ପ୍ରତିବାଦ, ୧୬୩ ଧାରା ଜାରି

ସମାଜ ଲାଇଭ୍‌: କଟକରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବ ଚାଲିଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଦରଘାବଜ଼ାର ଥାନା ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ଘଟିଛି। ଢେଲାମାଡରେ ଡିସିପିଙ୍କ ସମେତ ୧୫ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ସ୍ଥାନୀୟ ଅଞ୍ଚଳରେ ବିଏନ୍‌ଏସ୍‌ର ୧୬୩ ଧାରା ଜାରି କରିଛି। ଉ​‌େ​‌ତ୍ତଜନାକୁ ପ୍ରଶମିତ କରିବାକୁ ଯାଇ ପୁଲିସକୁ ଲାଠିଚାଳନା କରିବାକୁ ପଡିଥିଲା। ଏବେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ଥିବାସତ୍ତ୍ବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରlରେ ବିସର୍ଜନ ପାଇଁ ଦେବୀଗଡ଼ା ଅଭିମୁଖେ ଯାଉଥିଲେ l ତେବେ ଦରଘlବଜ଼ାର ଜେଲରୋଡ଼ର ଏକ ନିର୍ଦ୍ଦିଷ୍ଟ ଦିଗରୁ ହଠାତ୍‌ ଢେଲାମାଡ଼ ହୋଇଥିଲା l ଢେଲାମାଡ଼ର କାରଣ ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ଢେଲାମାଡ଼ ହେବାକୁ ଲାଗିଥିଲା l ପ୍ରାୟ ୧୫ ଜଣରୁ ଅଧିକ ଏଥିରେ ଆହତ ହୋଇଛନ୍ତି। ତେବେ ଆରମ୍ଭରୁ ଢେଲାମାଡ଼ ଯୋଗୁଁ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ମଧ୍ୟ ପାଲଟା ନିର୍ଦ୍ଦିଷ୍ଟ ଦିଗକୁ ଢେଲାମାଡ଼ ହୋଇଥିଲା। ଫଳରେ ପରିସ୍ଥିତି ସଂପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା l କଟକ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ସମେତ ଅନେକଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଛି। ଅନ୍ୟପକ୍ଷରେ ଏଭଳି ଘଟଣା ପ୍ରତିବାଦରେ ଶୋଭାଯାତ୍ରାକାରୀ ରାସ୍ତା ଉପରେ ଧାରଣାରେ ବସିରହିଥିଲେ। ଏଥିଯୋଗୁଁ ରାତି ସାଢେ ଅଢେଇଟା ପରେ ପ୍ରତିମା ଶୋଭାଯାତ୍ରl ବନ୍ଦ ରହିଛିl ରାସ୍ତାରେ ପାଖାପାଖି ୪୦ରୁ ଉର୍ଦ୍ଧ ପ୍ରତିମା ଅଟକି ରହିଛନ୍ତି l

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories