www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁରୀ ନୃତ୍ୟ ପାଇଁ ପ୍ରିୟଲ ପ୍ରଧାନଙ୍କୁ ‘ହିନ୍ଦୁରତ୍ନ ପୁରସ୍କାର’ 

ସମ୍ବଲପୁର : ସମ୍ବଲପୁର ଏ. କଟାପାଲି ନିବାସୀ ତଥା ରାଜଧାନୀ ନୁଆଦିଲ୍ଲୀର ଏମ୍ସ ରେ କାର୍ଯ୍ୟରତ ସତ୍ୟନାରାୟଣ ପ୍ରଧାନ ଓ ଚନ୍ଦ୍ରମୁଖୀ ପ୍ରଧାନ ଙ୍କ ୯ ବର୍ଷିୟ ପୁତ୍ରୀ ପ୍ରିୟଲ ପ୍ରଧାନଙ୍କୁ ଆଗାମୀ ୩୧ ଅକ୍ଟୋବରରେ ସମ୍ମାନଜନକ ଜାତୀୟ ସ୍ତରର ‘ହିନ୍ଦୁ ରତ୍ନ’ ପୁରସ୍କାର ପ୍ରଦାନ କରାଯିବ ।

ନୂଆଦିଲ୍ଲୀର ଜନକପୁରୀ ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢ଼ୁଥିବା ପ୍ରିୟଲ ଙ୍କୁ ଏହି ପୁରସ୍କାର ଉକ୍ରୃଷ୍ଟ ସମ୍ବଲପୁରୀ ଲୋକ ନୃତ୍ୟ ପାଇଁ ପ୍ରଦାନ କରାଯିବ । ମହାରାଷ୍ଟ୍ରର ପୁନେ ସ୍ଥିତ ପଦ୍ମଶ୍ରୀ ଡା. ମନିଭାଇ ଦେଶାଇ ମାନବସେବା ଟ୍ରଷ୍ଟ ଓ ଡା. ରବିନ୍ଦ୍ର ଭୋଲେ ଆରୋଗ୍ୟ ସେବା କେନ୍ଦ୍ରର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ଡା. ରବିନ୍ଦ୍ର ଭୋଲେଙ୍କ ତରଫରୁ ଦିଆଯାଇଥିବା ପତ୍ର ଅନୁଯାୟୀ, ସାରା ଭାରତବର୍ଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତି ବର୍ଷ ‘ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହିନ୍ଦୁରତ୍ନ’ ପୁରସ୍କାର ପ୍ରଦାନ କରାଯାଇଥାଏ ।

- Advertisement -

ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ ଉତ୍ସବ ଆଗାମୀ ୩୧ ଅକ୍ଟୋବର ଶୁକ୍ରବାର ଦିନ ପୁନେ ଠାରେ ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପୁନେ ର ଆନ୍ନାଭାଓ ସାଠେ ସାଂସ୍କୃତିକ ଭବନ ଠାରେ ଆୟୋଜିତ ହେବ । ସୁଚନାଯୋଗ୍ୟ ଯେ, ପ୍ରିୟଲ ପ୍ରଧାନଙ୍କ ଛୋଟ ବୟସରୁ ହିଁ ସମ୍ବଲପୁରୀ ନୃତ୍ୟ ପ୍ରତି ରୂଚି ରହିଥିବା ଦେଖି ତାଙ୍କର ପିତାମାତା ଙ୍କ ପ୍ରୋତ୍ସାହନରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ସ୍ଥାନରେ ସେ ଅନେକ ଥର ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories