www.samajalive.in
Monday, December 8, 2025
17.1 C
Bhubaneswar

ଭାରତ କହିଲା ଟ୍ରଫି୍ ଏସିସି କାର୍ଯ୍ୟାଳୟକୁ ଫେରାଅ

ଦୁବଇ- ମଙ୍ଗଳବାରରେ ଦୁବାଇରେ ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଏକ ବୈଠକ ବସିଥିଲା ।ଏହି ବୈଠକରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବର୍ତ୍ତମାନର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ପୂର୍ବତନ କୋଷାଧ୍ୟକ୍ଷ ଆଶିଷ ଶେଲାର୍ ଉପସ୍ଥିତ ଥିଲେ। ବୈଠକ ସମୟରେ, ଭାରତ ପକ୍ଷରୁ ଏସିଆ କପ୍‌ ଟ୍ରଫିକୁ ଏସିସି କାର୍ଯ୍ୟାଳୟକୁ ଫେରାଇବା ପାଇଁ କୁହାଯାଇଥିଲା । ଟ୍ରଫି ଫେରାଇବା ପରେ ବିସିସିଆଇ ନିଜ ଉଦ୍ୟମ ଏବଂ ପଇସାରେ ଏହାକୁ ଦେଶକୁ ନେବ ବୋଲି ଏହାର ପ୍ରତିନିଧିମାନେ କହିଥିଲେ ।

ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବା ଏସିସି ଅଧ୍ୟକ୍ଷ ମୋହସିନ୍ ନାକଭି ଟ୍ରଫି ନଦେବା ପାଇଁ ବିଭିନ୍ନ ବାହାନା କରିଥିବା ଜଣାପଡିଛି। ସେ ବାରମ୍ବାର ଏହି କଥାକୁ ଏଡାଇ ଦେଇଥିବା ଦେଖିବା ପାଇଁ ମିଳିଥିଲା । ସେ ଏତେ ତଳକୁ ଚାଲିଯାଇଥିଲେ ଭାରତୀୟ କ୍ରିକେଟ ଦଳକୁ ଏହାର ସଫଳତା ପାଇଁ ଶୁଭେଚ୍ଛା ଦେଇ ନଥିଲେ । । ନାକଭି ତାଙ୍କ ବକ୍ତବ୍ୟରେ ଭାରତର ଟୁର୍ନାମେଣ୍ଟ୍ ବିଜୟକୁ ସ୍ୱୀକାର କରି ନଥିଲେ । ଶେଲାର୍ଙ୍କ ହସ୍ତକ୍ଷେପ ପରେ ସେ ଭାରତକୁ ଏସିଆ କପ୍‌ ଟୁର୍ନାମେଣ୍ଟ୍ ଜିତିଥିବାରୁ ଅଭିନନ୍ଦନ ଜଣାଇଥିଲେ।

- Advertisement -

ବୈଠକରେ ନାକଭିଙ୍କ ଆଚରଣଅଜବ ଥିବା ବୋଲି ଭାରତୀୟ ପ୍ରତିନିଧିମାନେ କହିଛନ୍ତି । ଭାରତୀୟ ପ୍ରତିନିଧିମାନେ ଏ ବିଷୟରେ ଆଇସିସିରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଭାରତୀୟ ଦଳ ନକଭିଙ୍କ ବଦଳରେ ୟୁଏଇ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷଙ୍କ ଠାରୁ ଟ୍ରଫି ନେବ ବୋଲି ପ୍ରଥମରୁ ଜଣାଇଥିଲା । ଏ ନେଇ ଏସିସିର ଏକ ବୈଠକ ବସିଥିଲା । ମାତ୍ର ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନକଭି ଟ୍ରଫି ଦେବା ପାଇଁ ଜିଦ୍‌ ଧରିଥିଲେ । ଏହି କାରଣରୁ ମେଡାଲ୍‌ ବିତରଣରେ ଏକ ଘଣ୍ଟା ବିଳମ୍ବ ହେବା ସହ ଭାରତୀୟ ଦଳ ବିନା ଟ୍ରଫିରେ ବିଜୟ ଉତ୍ସବ ମନାଇଥିଲେ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories