www.samajalive.in
Monday, December 8, 2025
17.1 C
Bhubaneswar

ଜାଣନ୍ତୁ କାହିଁକି ଏମାନେ କୁଖ୍ୟାତ- ଚୀନ୍‌ରେ ଗୋଟିଏ ପରିବାରର ୧୧ ଜଣଙ୍କୁ ଦିଆଯାଉଛି ମୃତ୍ୟୁଦଣ୍ଡ

ବେଜିଂ -ଚୀନ୍‌ର ଏକ ଅଦାଲତ ମିଆଁମାର୍‌ରେ ଗୋଟିଏ ପରିବାରରେ ୧୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ଏମାନଙ୍କର ୫ ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଏମାନଙ୍କ ପରିବାରକୁ କାହିଁକି କୁଖ୍ୟାତ ବୋଲି କୁହାଯାଇଥାଏ । ଏମାନଙ୍କ ନିକଟକୁ ୧୨ ହଜାର କୋଟି ଟଙ୍କା ଜବତ କରାଯାଇଛି ।

ମିଆଁମାର ଏହି ପରିବାରର ଲୋକମାନେ ଚୀନ୍‌ର ସୀମାରେ ରହୁଥିଲେ । ସେମାନେ ଅନେକ ଧରି ବସବାସ କରୁଥିଲେ । ମାତ୍ର ଏମାନେ ଚୀନ୍‌ରେ ବିଭିନ୍ନ କଳାକାରନାମା କରିବା ଆରମ୍ଭ କରିଥିଲେ। ସେମାନେ ହତ୍ୟା ସହ ଠକେଇ,ରୂପଜୀବୀଙ୍କ କାରବାର ଏବଂ ଟଙ୍କା ହେରଫେରରେ ସାମିଲ ଥିଲେ ।

- Advertisement -

ଦକ୍ଷିଣ ଚୀନ୍‌ରେ ମର୍ଣ୍ଣିଂ ପୋଷ୍ଟ ଅନୁସାରେ ଚୀନ୍‌ ମିଆଁମାର ସୀମାରେ ରହୁଥିବା କୁଖ୍ୟାତ ମିଂଗ ପରିବାର ୧୬ ଜଣ ସଦସ୍ୟଙ୍କୁ ଦଣ୍ଡାଦେଶ ହୋଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ଅନ୍ୟ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଛି । ମିଙ୍ଗ୍‌ ପରିବାରର ଲୋକମାନେ ପୂର୍ବ ଚୀନ୍‌ର ବିଭିନ୍ନ ଅଞ୍ଚଳରେ ଅପରାଧ ସଞ୍ଚାଳନ କରୁଥିଲେ । ସେମାନେ ପୂର୍ବ ଚୀନ୍‌ ବିଭିନ୍ନ ଅଞ୍ଚଳରେ ଆଡ୍ଡା ତିଆରି କରିଥିଲେ । ବିଦେଶରୁ ବିଭିନ୍ନ ଲୋକଙ୍କୁ ମିଛ ଲୋଭ ଦେଇ କ ଏଠାରେ କାମରେ ଲଗାଉଥିଲେ । ଟିକିଏ ସନ୍ଦେହ ହେଲେସେମାନଙ୍କୁ ହତ୍ୟା କରୁଥିଲେ ।

କେମିତି ଧରାପଡିଲେ
ଦୁଇ ବର୍ଷ ପୂର୍ବରୁ ମିଆଁମାର ବିଦ୍ରୋହୀ ଗୋଷ୍ଠୀ ଏମାନଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲେ । ଏଥିରେ ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକ ଚୀନ୍‌ ନାଗରିକ ଥିଲେ । ମିଂଗ ପରିବାରର ମୁଖିବା ବି ଏଥିରେ ନିହତ ହୋଇଥିଲେ । ଚୀନ୍‌ର ପୁଲିସ ଏହି ବେଆଇନ ଆଡ୍ଡା ବିଷୟରେ ସୂଚନା ପାଇବା ପରେ ଏହି ପରିବାରର ଅଧିଂକାଶ ଲୋକଙ୍କୁ ଗିରଫ କରିଥିଲା।

ମିଙ୍ଗ୍ ପରିବାରର ଗ୍ୟାଙ୍ଗ୍ ମୁଖ୍ୟତଃ ମିଆଁମାରର ଉତ୍ତର-ପୂର୍ବ ଶାନ୍ ରାଜ୍ୟର କୋକାଙ୍ଗରେ କାମ କରୁଥିଲା, ଏହା ଚୀନର ଦକ୍ଷିଣ-ପଶ୍ଚିମ ଯୁନ୍ନାନ୍ ପ୍ରଦେଶର ସୀମା ସହିତ ଲାଗିଛି।ଜୁଲାଇ ୨୦୨୩ରୁ, ଚୀନର ସୁରକ୍ଷା ମନ୍ତ୍ରଣାଳୟ ନାଗରିକମାନଙ୍କୁ ନେଇ ହେଉଥିବା ଟେଲିକମ୍ ଠକେଇ ଉପରେ ଏକ ରାଷ୍ଟ୍ରବ୍ୟାପୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏହି ନେଟୱର୍କକୁ ନିର୍ମୂଳେ ଧ୍ୱଂସ କରିବା ପାଇଁ ଚୀନ ମିଆଁମାର, କମ୍ବୋଡିଆ ଏବଂ ଥାଇଲ୍ୟାଣ୍ଡ ସମେତ ତାର ଦକ୍ଷିଣ ପୂର୍ବ ଏସିଆନ୍ ପଡୋଶୀମାନଙ୍କ ସହିତ କାମ ଆରମ୍ଭ କରିଥିଲା । ଗତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ, ମିଆଁମାର କର୍ତ୍ତୃପକ୍ଷମାନେ ୫୩,୦୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଚୀନକୁ ହସ୍ତାନ୍ତର କରିଥିଲେ। ସି ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରୟାସ ଯୋଗୁଁ ଅନେକ ବିଦେଶୀ ଅପରାଧୀ ଗୋଷ୍ଠୀମାନଙ୍କ କାର୍ଯ୍ୟକଳାପ ଉପରେ ଯଥେଷ୍ଟ ପରିମାଣରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories