www.samajalive.in
Monday, December 8, 2025
20.1 C
Bhubaneswar

କୁଟନୈତିକ ସ୍ତରରେ ଭାରତର ଆଉ ଏକ ବିଜୟ; ଓଆଇସିରେ ଯୋଗ ନ ଦେଇ ଲୁଚିଲା ପାକିସ୍ତାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାର ଉଦ୍ୟମରେ ଭାରତ ପୁଣି ଗୋଟିଏ ପାଦ ଆଗେଇଛି। କୁଟନୈତିକ ସ୍ତରରେ ପାକିସ୍ତାନକୁ ଆଉ ଏକ ଝଟ୍‌କା ମିଳିଛି ଏବଂ ଭାରତର ବିଜୟ ହୋଇଛି। ଶୁକ୍ରବାର ଆବୁଧାବିରେ ଅନୁଷ୍ଠିତ ଓଆଇସି(ଇସଲାମିକ ସହଯୋଗୀ ସଂଗଠନ ସମ୍ମିଳନୀ)ରେ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ପାକିସ୍ତାନ ନିଜକୁ ଲଜ୍ଜିତ ଅନୁଭବ କରିବା ସହ ସମ୍ମିଳନୀକୁ ବର୍ଜନ କରିଛି। ସୁଷମା ଓଆଇସିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି, ଯାହାକୁ ସହ୍ୟ କରିପାରି ନାହିଁ ପାକିସ୍ତାନ। ଫଳରେ ପାକ୍‌ ବୈଦେଶିକ ମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଅନ୍ୟପଟେ କୁହାଯାଉଛି ଯେ, ସୁଷମା ଓଆଇସିରେ ଯୋଗଦେବା ଅବସରରେ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ନିଜ ଦେଶରେ ଆତଙ୍କବାଦୀ ସୃଷ୍ଟି କରୁଥିବା ପ୍ରସଙ୍ଗରେ ଉଦବୋଧନ ଦେବେ। ତେଣୁ ପାକିସ୍ତାନ ସମ୍ମିଳନୀରେ ଯୋଗଦେଇଥିଲେ ନିଶ୍ଚୟ ଅପମାନିତ ହୋଇଥାନ୍ତା। ଏଥିରୁ ବର୍ତ୍ତିବା ଲାଗି କ୍ୟୁରେଶୀ ସମ୍ମିଳନୀକୁ ବର୍ଜନ କରିଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ମୁହଁ ଲୁଚାଇବାକୁ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories