www.samajalive.in
Monday, December 8, 2025
27.1 C
Bhubaneswar

ଚିଟ୍‍ଫଣ୍ଡ: ରାଜ୍ୟ ସରକାର ଦେଲେଣି ୪୯କୋଟି

ଭୁବନେଶ୍ୱର: ରାଜ୍ୟ ସରକାର ଚିଟ୍‍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଗତ ୧୪ ମାସ ମଧ୍ୟରେ ୪୯,୬୭,୬୮,୫୪୮ଟଙ୍କା ଫେରସ୍ତ କରିଛନ୍ତି । ମୌସୁମୀ ଅଧିବେଶନର ଆଜି ୪ର୍ଥ ଦିନରେ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧଦାସଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ମାନ୍ୟବର ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିବା ଜମାକାରୀଙ୍କୁ ମିଶାଇ ସର୍ବ ମୋଟ ୧,୩୩,୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅନ୍ତର୍ଭୁକ୍ତ ହୋଇଥିଲେ ।  ଅନ୍ୟପଟେ ୪,୭୨,୬୫୧ ଜଣ କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ ହୋଇଥିଲା । ସେମାନଙ୍କ ମଧ୍ୟରୁ ୯୬,୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଛି ।
ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍‌ ପାଣ୍ଠି ସୃଷ୍ଟି କରିଛନ୍ତି । ରାଜ୍ୟରେ ଆନୁମାନିକ ୨୪,୭୫,୭୮୨ କ୍ଷତିଗ୍ରସ୍ତ ଜମାକାରୀ ୬୮୬୦,୧୪,୪୨,୨୬୩ ଟଙ୍କା ବିଭିନ୍ନ ବେଆଇନ୍ ଆର୍ଥିକ ପ୍ରତିଷ୍ଠାନରେ ପୁଞ୍ଜି ନିବେଶ କରିଛନ୍ତି ।   ୩,୧୬,୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories