ଜାମ୍ମୁ: ପୁଲୱାମା ଆକ୍ରମଣ ପରଠାରୁ ପାକିସ୍ତାନ ପକ୍ଷରୁ ସୀମାନ୍ତରେ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରହିଛି। ଗୁରୁବାର ରାତିରେ ଜାମ୍ମୁ-କାଶ୍ମୀରର ଉରୀ ସେକ୍ଟରରେ ପାକିସ୍ତାନ ସେନା ଯୁଦ୍ଧବିରତି ଉଲ୍ଲଂଘନ କରିଛି। ନିୟମତି ବ୍ୟବଧାନରେ ପାକ୍ ସେନା ଭାରତ ପଟକୁ ଗୁଳିମାଡ଼ କରୁଛନ୍ତି। ଶୁକ୍ରବାର ସୁଦ୍ଧା ଗୁଳିମାଡ଼ ଜାରି ରହିଛି। ଏଥିରେ ୭ ଭାରତୀୟ ନାଗରିକ ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ମଧ୍ୟ ପାକ୍ ସେନାକୁ କଡ଼ା ଜବାବ ଦିଆଯାଉଛି। ପାକ୍ ସେନାର ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ ଯୋଗୁ ସୀମାନ୍ତରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି।
ଉରୀରେ ପାକିସ୍ତାନର ଯୁଦ୍ଧବିରତି ଉଲ୍ଲଂଘନ, ଗୁଳିମାଡ଼ରେ ୭ ଭାରତୀୟ ନାଗରିକ ଆହତ
Popular Categories



