www.samajalive.in
Thursday, December 11, 2025
27.1 C
Bhubaneswar

ଅଧା ମୂଲ୍ୟରେ ସୁନା ବିକିବା ବାହାନାରେ ୧୫ ଲକ୍ଷ ଧରି ଛୁ

ଗୋପାଳପୁର: ଚୋରମାନେ ଦିନକୁ ଦିନ ଚୋରି କରିବାର ନୂଆ ନୂଆ ତରିକା ଆପଣାଉଛନ୍ତି। ଏବେ ପୁରୁଣା ସୁନା ଅଧା ଦରରେ ବିକ୍ରି କରିବେ ବୋଲି କହି ବ୍ରହ୍ମପୁରର ଜୈନିକ ବ୍ୟକ୍ତିଙ୍କଠାରୁ ୧୫ ଲକ୍ଷ ଟଙ୍କା ଧରି ଛୁ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୪୨୧/୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ବ୍ରହ୍ମପୁର ବାଲାଜୀ ପେଣ୍ଠ ସାହିର କେ. ବାସୁଦେବ ରେଡ୍ଡୀଙ୍କ ମୋବାଇଲକୁ ସୁରିୟା ନାମରେ ଜଣେ ଅଜଣା ବ୍ୟକ୍ତି ଫୋନ କରି ତାଙ୍କ ନିକଟରେ କିଛି ସୁନା ଅଛି ତାହାକୁ ସେ ଅଧା ଦରରେ ବିକ୍ରି କରିଦେବେ ବୋଲି କହିଥିଲେ। ଏହା ସହ ସେ ସୁନା ଅଳଙ୍କାରର ଫଟୋ ମଧ୍ୟ ମୋବାଇଲକୁ ଛାଡିଥିଲେ। ସୁନା ନେବାକୁ ହେଲେ ବାସୁଦେବଙ୍କୁ ଗୋଳନ୍ଥରା ଚଟି ଭୈରବୀ ରାସ୍ତାକୁ ଆସିବାକୁ କହିଥିଲେ। ଏହି କ୍ରମରେ ବାସୁଦେବ ତାଙ୍କର ଜଣେ ବନ୍ଧୁଙ୍କ ସହ ଅପରାହ୍ନ ୪ଟା ବେଳେ ଭୈରବୀ ରାସ୍ତାରେ ପହଞ୍ଚିଥିଲେ। ସେଠାରେ ନିଜକୁ ସୁରିୟା ବୋଲି ପରିଚୟ ଦେଉଥିବା ବ୍ୟକ୍ତି ଜଣକ ବାସୁଦେବଙ୍କୁ ସୁନା ଦେଖାଇବା ସହ ୧୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ କୈଶଳ କ୍ରମେ ସୁନାକୁ ହସ୍ତାନ୍ତର ନ କରି ଟଙ୍କା ଗଣିବା ଆରମ୍ଭ କରିଥିଲେ। ଏହି ସମୟରେ ହଠାତ କୋଠାରସିଂ ରାସ୍ତା ପଟୁ ଏକ ଇନୋଭା କାର ପୁଲିସ ସାଇରନ ବଜାଇ ଆସିଥିଲା। ଏହାକୁ ଦେଖି ସୁରିୟା ପୁଲିସ ଆସୁଛି କହି ଟଙ୍କାକୁ ତାଙ୍କ ନିକଟରେ ଥିବା ଏକ ବ୍ୟାଗରେ ପୁରାଇ ରାସ୍ତା କଡ଼କୁ ଚାଲି ଯାଇଥିଲେ। ଆସୁଥିବା କାରଟି ସୁରିୟା ନିକଟରେ ଅଟକିବା ଫଳରେ ସୁରିୟା ହଠାତ ଟଙ୍କା ଓ ସୁନା ନେଇ ସେଥିରେ ବସି ଜାତୀୟ ରାଜପଥକୁ ଯାଇ ଆନ୍ଧ୍ରପ୍ରଦେଶ ପଟକୁ ଚାଲି ଯାଇଥିଲା। ଏହା ଦେଖି ବାସୁଦେବ କିଛି ଭାବିବା ପୂର୍ବରୁ କାର‌ଟି ଦ୍ରୁତଗତିରେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଉକ୍ତ କାରରେ ପୁଲିସ ପୋଷାକ ପିନ୍ଧି କିଛି ଲୋକ ବସିଥିବା ସେ ଦେଖିଥିଲେ ସୁଦ୍ଧା ଗାଡିର ନମ୍ବର ଟିପି ପାରି ନ ଥିବା ଥାନାରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଘଟଣା ନେଇ ୧୫ ତାରିଖ ରାତି ସାଢ଼େ ୧୦ ଟାରେ ବାସୁଦେବ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସହ ସୁରିୟାଙ୍କ ମୋବାଇଲ ଫୋନକୁ ଟ୍ରାକ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories