www.samajalive.in
Monday, December 8, 2025
27.1 C
Bhubaneswar

ପାର୍ବଣକୁ ଧ୍ୟାନରେ ରଖି ପେଟ୍ରୋଲିଂ ଜୋରଦାର

ସମ୍ବଲପୁର: ଚଳିତ ପାର୍ବଣ ଋତୁକୁ ଧ୍ୟାନରେ ରଖି ସମ୍ବଲପୁର ପୁଲିସ ପକ୍ଷରୁ ଜିଲାର ସମସ୍ତ ଥାନାଞ୍ଚଳରେ ପେଟ୍ରୋଲିଂକୁ
କଡାକଡି କରି ଜୋରଦାର କରାଯାଇଛି । ସମ୍ବଲପୁର ପୁଲିସ ତରଫରୁ ଜାରି ସୁଚନା ଅନୁଯାୟୀ, ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ପାଦ ଚଲା ପେଟ୍ରୋଲିଂକୁ ଜୋରଦାର କରାଯିବା ସହିତ ସମସ୍ତ ଡାର୍କ ସ୍ପଟ ଗୁଡିକରେ ପୁଲିସର ଉପସ୍ଥିତିକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଅସାମାଜିକ ତତ୍ୱ ମାନଙ୍କ ଉପରେ ଲଗାମ ଲଗାଯିବା ସହିତ ବିଳମ୍ବିତ ରାତ୍ରିରେ ନାଗରିକ ମାନଙ୍କର ସୁରକ୍ଷାକୁ ଆହୁରୀ ସୁନିଶ୍ଚିତ କରିବା ସହିତ ଶାନ୍ତି ବ୍ୟବସ୍ଥା ବଜାୟ ରଖିବାର ଲକ୍ଷ୍ୟ ରଖାଯାଇଛି ।

ପୁଲିସର ଏହି ତ୍ୱରିତ ପଦକ୍ଷେପ ଦ୍ୱାରା ଜନତା ଯେଭଳି ସୁରକ୍ଷିତ ପରିବେଶରେ ବିନା ଭୟରେ ପର୍ବପର୍ବାଣୀ ଗୁଡିକୁ ପାଳନ କରିପାରିବେ, ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି ସମ୍ବଲପୁର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories