www.samajalive.in
Monday, December 8, 2025
20.1 C
Bhubaneswar

ଦେଶର ୪୭% ମନ୍ତ୍ରୀଙ୍କ ନାମରେ ଫୌଜଦାରୀ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରରେ କାର୍ଯ୍ୟରତ ମନ୍ତ୍ରୀମାନଙ୍କ ମଧ୍ୟରୁ ୪୭%ଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ଆସୋସିଏସନ୍‌ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ରିପୋର୍ଟ ଅନୁଯାୟୀ ​‌କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରର ମନ୍ତ୍ରିମଣ୍ଡଳରେ ମୋଟ୍ ୬୪୩ ଜଣ ମନ୍ତ୍ରୀ କାର୍ଯ୍ୟରତ ଅଛନ୍ତି।

ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୩୦୨ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ଏପରି କି ୧୭୪ଜଣ ବିରୋଧରେ ହତ୍ୟା, ଅପରହଣ, ମହିଳା ବିରୋଧୀ ହିଂସା ଭଳି ଗୁରୁତର ଫୌଜଦାରୀ ମାମଲା ରହିଛି। ନିର୍ବାଚନ ସମୟରେ ମନ୍ତ୍ରୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି। ଦଳୀୟ ଭିତ୍ତିରେ ବିଜେପିରେ ସର୍ବାଧିକ ୧୩୬ ଜଣ ମନ୍ତ୍ରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ବିଜେପିର ମୋଟ ୩୩୬ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୪୦%ଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। କଂଗ୍ରେସର ୬୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଫୌଜଦାରୀ ମାମଲା ରହିଛି। କେନ୍ଦ୍ର ସରକାରରେ ଥିବା ୭୨ଜଣଙ୍କ ମନ୍ତ୍ରୀଙ୍କ ମଧ୍ୟରୁ ୨୯ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି। ତେବେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ବିହାର, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ତେଲଙ୍ଗାନା, ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ପୁଡୁଚେରୀ ଭଳି ସରକାରରେ କାର୍ଯ୍ୟରତ ମନ୍ତ୍ରୀଙ୍କ ମଧ୍ୟରୁ ୬୦%ଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories