www.samajalive.in
Monday, December 8, 2025
27.1 C
Bhubaneswar

ସମଲେଶ୍ଵରୀଙ୍କୁ ଲାଗି ହେଲା ନବାନ୍ନ

ସମାଜ ଡିଜିଟାଲ ଡେସ୍କ: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ପଶ୍ଚିମଓଡ଼ିଶା ଚଳଚଞ୍ଚଳ ହୋଇପଡ଼ିଛି। ଏହି ଅବସରରେ ଗୁରୁବାର ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। ଏଥିପାଇଁ ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରୁ ନବାନ୍ନ ଅଣାଯାଇଥିଲା। ସେହିପରି ବଲାଙ୍ଗୀରରେ ଇଷ୍ଟଦେବୀ ପାଟଣେଶ୍ଵରୀଙ୍କ ନିକଟରେ ବି ନବାନ୍ନ ଲାଗି ହୋଇଛି। ନୂଆଖାଇ ପାଇଁ ସମଲେଶ୍ଵରୀ ପୀଠ ଉତ୍ସବମୁଖର ହୋଇପଡ଼ିଛି। ଘଣ୍ଟବାଦ୍ୟରେ ଦୁଲୁକୁଛି ମା’ଙ୍କ ପୀଠ। ଘରେ ଘରେ ପିଠାପଣାର ଆସର ଜମିଛି।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ମା’ ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ । ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସପରିବାରଙ୍କ ସହ ଏକାଠି ନୂଆ ଖାଇଥାନ୍ତି । ଏହା ହେଉଛି ନୂଆଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା । ବନ୍ଧୁ ବାନ୍ଧବ ସମସ୍ତେ ରାଗ ରୋଷ, ମାନ ଅଭିମାନ ଭୁଲି ପରିବାର ସାରା ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories