www.samajalive.in
Monday, December 8, 2025
27.1 C
Bhubaneswar

ନୂଆଁଖାଇ ପାଇଁ ଦେଶୀ କୁକୁଡ଼ା ନେବାକୁ ମାଝିଗୁଡା ହାଟରେ ଲୋକଙ୍କ ଭିଡ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକ ମାଝିଗୁଡା ହାଟରେ ଆଜି ଦେଶୀ କୁକୁଡ଼ାର ବେଶ ଚାହିଦା ରହିଥିବା ଦେଖିବାକୁ ମିଳିଛି। ରାତି ପାହିଲେ ଆସୁଛି ନୂଆଁଖାଇ ପର୍ବ ଆଉ ଏହି ନୂଆଁଖାଇ ପର୍ବ ପାଇଁ ହାଟରେ ଦେଶୀ କୁକୁଡ଼ା ନେବା ପାଇଁ ଗ୍ରାହକଙ୍କ ଭିଡ଼ ଲାଗି ଥିବା ବେଳେ କୁକୁଡ଼ାର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଗୋଟିଏ କୁକୁଡ଼ାର ଦାମ ୫୦୦ ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ବେପାରୀମାନେ ବିକ୍ରି କରୁଥିବା ଜଣାପଡ଼ିଛି। ଶହେରୁ ଅଧିକ ବର୍ଷର ଏହି ପୁରାତନ ହାଟ ଭାବେ ପରିଚିତ ମାଝୀଗୁଡା ସପ୍ତାହିକ ହାଟ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ବସିଥାଏ । ପର୍ବ ପର୍ବାଣୀ ବିବାହ କାର୍ଯ୍ୟ ପାଇଁ ଏହି ହାଟ ଖାସି ଛେଳି, ମେଣ୍ଡା,  ପାରା, ଦେଶୀ କୁକୁଡ଼ା ମାଂସ ପାଇଁ ରାୟଗଡା ଜିଲ୍ଲାରେ ପ୍ରସିଦ୍ଧ । ଏହା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ଏଠାରେ ମିଳିଥାଏ।  ସେଥିପାଇଁ ଆଖପାଖ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରିଥାନ୍ତି। କଳାହାଣ୍ଡି ଜିଲା ଓ ରାଜ୍ୟ ବାହାରୁ ଆନ୍ଧ୍ରପ୍ରଦେଶ ଛତିଶଗଡ଼ ରାୟପୁର ପରି ଅନେକ ସ୍ଥାନରୁ ବ୍ୟବସାୟୀ ମାନେ ଆସି ଛେଳି, ମେଣ୍ଡା, ଗାଈ ଗୋରୁ, କୁକୁଡ଼ା  ବିକ୍ରି କରିବା ସହ କିଣି ବେପାର କରିବା ନିର୍ଭର କରଥାନ୍ତି। ପ୍ରତି ମଙ୍ଗଳବାର ଏଠାରେ ଶତାଧିକ ବ୍ୟବସାୟୀ ଓ ହଜାର ହଜାର ଗ୍ରାହକଙ୍କ ସମାଗମ ହୋଇଥାଏ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories