www.samajalive.in
Monday, December 8, 2025
20.1 C
Bhubaneswar

ଖାଲି ପଡ଼ିଥିବା ସରକାରୀ ଜମିର ହେବ ବ୍ୟବସାୟୀକରଣ

ଭୁବନେଶ୍ୱର: ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଶହ ଶହ ଏକର ଜମି ଅବ୍ୟବହୃତ ହୋଇ ପଡ଼ି ରହିଛି। ସରକାର ସେଥିରୁ ଟଙ୍କାଟିଏ ପାଉନଥିବା ବେଳେ ତାହା ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି। ଏଣିକି ସରକାରୀ ବିଭାଗ ମାଲିକାନାରେ ଥିବା ଜମିକୁ ଚିହ୍ନଟ କରାଯାଇ ସେଥିରୁ ରାଜସ୍ବ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ। ଉକ୍ତ ଜମିକୁ ଚିହ୍ନଟ କରି ନିଜ ଦଖଲକୁ ନେବା ସହିତ ତାହାର ବ୍ୟବସାୟୀକରଣ ଯୋଜନା ପ୍ରସ୍ତୁତ କରିବା ଲାଗି ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସରକାରୀ ଜମିର ବ୍ୟବସାୟୀକରଣ ସମ୍ପର୍କିତ ପୂରା ପ୍ରକ୍ରିୟା ଅର୍ଥ ବିଭାଗ ତଦାରଖ କରିବ।
ସାରା ରାଜ୍ୟରେ ସରକାରଙ୍କ ୪୦ ବିଭାଗ ଏବଂ ଏହାର ନିର୍ଦେଶାଳୟ, ନିଗମ, ବୋର୍ଡ ଆଦିର ମୂଲ୍ୟବାନ ଜମି ରହିଛି। ପ୍ରକଳ୍ପ, କାର୍ଯ୍ୟାଳୟ କିମ୍ବା ଅନ୍ୟ ନିର୍ମାଣ ପାଇଁ ସରକାରୀ ବିଭାଗଗୁଡ଼ିକୁ ଦିଆଯାଇଥିବା ଜମି ଆଦୌ ବ୍ୟବହାର ହୋଇ ନାହିଁ। ସରକାର ସେଥିରୁ ଟଙ୍କାଟିଏ ବି ପାଉ ନାହାନ୍ତି ବରଂ ଖାଲି ଜମିକୁ ବର୍ଷ ବର୍ଷ ଧରି ଜବରଦଖଲରେ ରଖାଯାଇଛି। ଅନେକ ଜମିର ବାସ୍ତବ ସ୍ଥିତି ସମ୍ପର୍କରେ ବିଭାଗ ନିକଟରେ କିଛି ସୂଚନା ନାହିଁ। ସେଥିରୁ ଅଧିକାଂଶ ଜମି ଠାବ କରିବା ମଧ୍ୟ କଷ୍ଟକର। ଏହାକୁ ସରକାର ଗୁରୁତର ସହ ନେଇ ତାହାର ସଦୁପଯୋଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ମର୍ମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗକୁ ନେଇ ଅନୁଷ୍ଠିତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କେଉଁ ଜିଲାରେ କେତେ ପରିମାଣର ଅବ୍ୟବହୃତ ସରକାରୀ ଜମି ଅଛି ତାହା ଚିହ୍ନଟ କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସହାୟତା ନିଆଯିବ। ସେହି ଜମି ଅଧିଗ୍ରହଣ ହେବା ପରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ। ଏହାପରେ ଉକ୍ତ ଜମିର ଅବସ୍ଥିତି ଦେଖି ସେଠାରେ କ’ଣ କରାଯାଇ ପାରିବ ତାହା ଉପରେ ନିଷ୍ପତ୍ତି ହେବ। ବିଶେଷକରି ଘରୋଇ ସଂସ୍ଥାକୁ ୩୦ ବର୍ଷିଆ ଲିଜ୍ ସୂତ୍ରରେ ଦେବା କିମ୍ବା ସରକାରୀ ଘରୋଇ ଭାଗୀଦାରିରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଏହା ଦ୍ବାରା ଜମି ସୁରକ୍ଷିତ ରହିବ ଏବଂ ସରାକର ରାଜସ୍ବ ପାଇବେ। ଚଳିତ ଆର୍ଥିକ ବର୍ଷରେ ଏହି କାର୍ଯ୍ୟ ଶେଷ କରିବା ଲାଗି କୁହାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories