କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଭାଲୁମୁଣ୍ଡାଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସହକାରୀ ଆରକ୍ଷୀ ନିରୀକ୍ଷକ(ଏଏସଆଇ)ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପତବେଡା ଗ୍ରାମର ମାନସ ସିଂ। ସେ ସହକାରୀ ଆରକ୍ଷୀ ନିରୀକ୍ଷକ ଭାବେ ଅନୁଗୋଳ ସଦର ଥାନାରେ କାର୍ଯ୍ୟ କରୁଥିଲେ।
ଶନିବାର ସନ୍ଧ୍ୟାରେ ମାନସ (୩୭) ନିଜ ବାଇକରେ ଘରକୁ ଫେରୁଥିଲେ। ଫେରିବା ସମୟରେ ଜିରିଡାମାଳୀ କଙ୍କଡାହାଡ଼ ରାସ୍ତାର ଭାଲୁମୁଣ୍ଡାଠାରେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ମାନସଙ୍କ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।



