ସମାଜ ଡିଜିଟାଲ ଡେସ୍କ: କଟକ ଜିଲା ସାଲେପୁରରେ ବିଜେଡି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସାଲେପୁରକୁ ଏନ.ଏସି ମାନ୍ୟତା ଦାବିରେ ବିଜେଡି ଏହି ବନ୍ଦ ଡାକରା ଦେଇଛି । ବନ୍ଦ ଯୋଗୁଁ ସହରରେ ଦୋକାନ ବଜାର , ଗାଡି ଚଳାଚଳ ବନ୍ଦ ରହିଛି । ଫଳରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଜେଡି ଅଭିଯୋଗ କରିଛି ଯେ ସରକାର ସାଲେପୁରକୁ ସାବତପୁଅ ଭାବି ଏନ୍.ଏସି ଘୋଷଣାରୁ ବାଦ ଦେଇଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସାଲେପୁରକୁ ଏନ.ଏସି ଭାବେ ଘୋଷଣା କରିବାକୁ ଦାବି ଜୋର ହୋଇଛି ।
Popular Categories



