www.samajalive.in
Monday, December 8, 2025
27.1 C
Bhubaneswar

ଶହୀଦ ସ୍ବାମୀଙ୍କ ଅଧୁରା ସ୍ବପ୍ନ ପୂରଣ କରିବାକୁ ସେନାରେ ଯୋଗଦେବେ ପତ୍ନୀ

ମୁମ୍ବଇ: ସ୍ବାମୀ ସେନାରେ ଚାକିରି କରୁଥିଲେ। ଜୀବନ ଥିବା ଯାଏ ଦେଶ ସେବା କରିବା ତାଙ୍କର ସ୍ବପ୍ନ ଥିଲା। କିନ୍ତୁ ସେ ଶହୀଦ ହୋଇଗଲେ। ଏହାପରେ ତାଙ୍କ ଅଧୁରା ସ୍ବପ୍ନକୁ ପୂରା କରିବାକୁ ଆଗେଇ ଆସିଛନ୍ତି ପତ୍ନୀ। କମ୍ପାନୀ ସଚିବ ଭଳି ଉଚ୍ଚ ବେତନର ଚାକିରି ଛାଡ଼ି ସେ  ଦେଶ ସେବା କରିବାକୁ ସେନାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୃଢ଼ମନା ମହିଳା ଜଣକ ହେଲେ ଶହୀଦ ମେଜର ପ୍ରସାଦ ମହାଦିକଙ୍କ ପତ୍ନୀ ଗୌରୀ ମହାଦିକ। ସ୍ବାମୀଙ୍କ ସ୍ବପ୍ନ ପୂରଣ କରିବା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଗୌରୀ କହିଛନ୍ତି।

ଗୌରୀଙ୍କ କହିବା ଅନୁଯାୟୀ, ୨୦୧୭ ଡିସେମ୍ବରରେ ଅରୁଣାଚଳପ୍ରଦେଶ ଏବଂ ଚୀନ ସୀମାରେ ଗୋଳାବାରୁଦ ଟ୍ୟାଙ୍କ ଯାଞ୍ଚ କରିବା ସମୟରେ ବିସ୍ଫୋରଣ ଘଟି ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ଏହାର ୧୦ ଦିନ ପରେ ସେ ବି ସେନାରେ ଯୋଗଦେଇ ଦେଶ ପାଇଁ କାମ କରିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେବେଠାରୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେନାର ଲିଖିତ ପରୀକ୍ଷାରେ ସଫଳ ହେବା ପରେ ସେ ଗୋଟିଏ ବର୍ଷ ଅଫିସର ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେବେ। ଆସନ୍ତା ବର୍ଷ ସେ ଲୁଟନାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିବେ। ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି, ସ୍ବାମୀଙ୍କ ପାଇଁ କିଛି କରିବାକୁ ଚାହୁଁଛି। ଏଥିପାଇଁ ସେନାରେ ସାମିଲ ହେବି। ସ୍ବାମୀଙ୍କ ପୋଷାକ ଏବଂ ଷ୍ଟାର ପିନ୍ଧିବି।

- Advertisement -

ଗୌରୀ ଜଣେ ଓକିଲ ମଧ୍ୟ। ସେ ପୂର୍ବରୁ ଇଣ୍ଡୋ-ଜର୍ମାନ ଚାମ୍ବର ଅଫ କମର୍ସରେ ମଧ୍ୟ କାମ କରୁଥିଲେ। କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ପରେ ସେନାରେ ଯୋଗଦେବା ଲାଗି ସେ ଚାକିରି ଛାଡ଼ି ଦେଇଥିଲେ। ଗୌରୀ ୨୦୧୫ରେ ମେଜର ପ୍ରସାଦଙ୍କୁ ବିବାହ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories