www.samajalive.in
Monday, December 8, 2025
20.1 C
Bhubaneswar

ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେବେ ; ବାଘ ଗୋଡରେ ରାଖି ବାନ୍ଧିଲେ ମହିଳା

ନୂଆଦିଲ୍ଲୀ : ରାଜସ୍ଥାନର ଏକ ଗାଁରୁ ବାଘ ଓ ମନୁଷ୍ୟର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରିଛନ୍ତି । ଭିଡିଓରେ ଦେଖିପାରିବେ, ଜଣେ ମହିଳା କ୍ଷେତ କଡରେ ବସି କଲରାପତରିଆ ବାଘକୁ ରାଖି ପିନ୍ଧାଇଛନ୍ତି । ରାଖି ବାନ୍ଧିବା ପରେ ମିଠା ଖୁଆଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ମାତ୍ର ଆଶ୍ଚର୍ଯ୍ୟଜନକ କଥା ହେଉଛି ବାଘଟି ମଧ୍ୟ ଶାନ୍ତ ଭାବରେ ବସିଛି । ଆକ୍ରମଣ କରୁ ନାହିଁ । ଗାଁ ଲୋକଙ୍କ କହିବାନୁଯାୟୀ, ଏହି ବାଘଟି ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଦେଖାଯାଉଛି । ଏଯାଏଁ କାହା ଉପରେ ଆକ୍ରମଣ କରି ନାହିଁ । ଗାଁରେ ଅନେକ ସମୟରେ ବାଘଟି ବୁଲୁଥିବା ମଧ୍ୟ ଦେଖାଯାଏ ।


ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ପଶୁପକ୍ଷୀଙ୍କୁ ହଇରାଣ କରିବା ଓ ଅସାବଧାନତାକୁ ନେଇ ଅନେକ ପ୍ରଶ୍ନ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଲୋକେ କହିଛନ୍ତି, ବାଘଟି ହୁଏତ ଆହତ ଅଛି।
ରିପୋର୍ଟନୁସାରେ ଭିଡିଓ ଭାଇରାଲ୍‌ ହେବା ପରେ ବନ ବିଭାଗ ତୁରନ୍ତ ଚେତାବନୀ ଜାରି କରିଛି । ବନ ବିଭାଗ ଏପରି ନକରିବାକୁ କହିବା ସହ ଏହା ଉଭୟ ପଶୁ ଓ ମନୁଷ୍ୟ ପାଇଁ କ୍ଷତିକାରକ ବୋଲି କହିଛି । ବନ ବିଭାଗ ଉକ୍ତ ଅଞ୍ଚଳକୁ ନଜରରେ ରଖିବା ସହ ବାଘଟିକୁ ସୁରକ୍ଷିତ ସ୍ଥାନକୁ ନେଇଛି।

ଆଉ ୩ ଦିନ ପରେ ଶନି, ରାହୁ ଓ କେତୁଙ୍କ ଓଲଟା ଚଳନ ପୁଣି ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କୁ ମିଳିବ ବଡ ଖୁସି,ହେବ ଧନର ବର୍ଷା..

- Advertisement -

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories