www.samajalive.in
Monday, December 8, 2025
17.1 C
Bhubaneswar

ନାବାଳିକାକୁ ବିବାହ କରି ନିଲମ୍ବିତ ହେଲେ ପୁଲିସ ବାବୁ

ସମାଜ ଡିଜିଟାଲ ଡେସ୍କ: ପ୍ରେମ କରି ନାବାଳିକାକୁ ବିବାହ କଲେ, ପରେ ନିର୍ଯାତନା ଦେଇଥିବାର ଅଭିଯୋଗ ହେବାପରେ ନିଲମ୍ବିତ ହୋଇଛନ୍ତି ପୁଲିସ ଏସ୍‍ଆଇ ଅମିତ ପାଢୀ । ଫେସବୁକରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସୂଚନା ଅନୁସାରେ ବାଲେଶ୍ୱର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢୀଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜଣେ ନାବାଳିକାଙ୍କୁ ବିବାହ କରିଥିଲେ ପୁଲିସ ବାବୁ । ବିବାହର କିଛି ମାସ ପରେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ନିର୍ଯାତନା ଦେଇଥିବା ନାବାଳିକା ବୋହୂ ଅଭିଯୋଗ ଆଣିଛନ୍ତି । ବାରମ୍ବାର ମାନସିକ, ଶାରୀରିକ ଓ ନିର୍ଯାତନା ଦେବା ସହ ମାଡ ମାରି ଘରୁ ତଡି ଦେଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ଘଟଣା ପରେ ପୁଲିସ ଏସଆଇ ଅମିତ ପାଢୀଙ୍କୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କିନ୍ତୁ ତାପରଠୁ ପୁଲିସ ବାବୁ ଜଣଙ୍କ କେଉଁଠି ଅଛନ୍ତି ସେସମ୍ପର୍କରେ କୌଣସି ଖବର ମିଳିନାହିଁ । ତା ସହ ଏବେ ଯାଏଁ ମାମଲାର ଚାର୍ଜସିଟ୍‍ ପୁଲିସ ଦାଖଲ କରିନଥିବା ନାବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories