www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍‌ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..

ନୂଆଦିଲ୍ଲୀ : ହରିୟାଣାରୁ ଆଶ୍ଚର୍ଯ୍ୟଜନକ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗାଁ ରାସ୍ତାରେ ଜଣେ ନାବାଳକ କାର୍‌ ଚଳାଇ ଉତ୍ପାତ କରିଥିଲେ । ନାବାଳକ ଜଣକ ରାସ୍ତାରେ ବଡ ଗାଡିକୁ ଏଣେତେଣେ ଚଲାଉଥିବା ଦେଖି ଲୋକେ ଭୟରେ ଦୌଡିବାକୁ ଲାଗିଲେ । ନାବାଳକ ଗାଡି ଚଳାଉଥିବା ସମୟରେ ଗାଡି ଉପରୁ ତାଙ୍କ ନିୟନ୍ତ୍ରଣ ହଟିବା ସହ ରାସ୍ତାରେ ୨ ଜଣଙ୍କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲେ । ସାମ୍ନାରେ ଥିବା ଏକ ବାଇକ୍‌ ଉପରେ ମଧ୍ୟ ଗାଡି ଚଢାଇ ଦେଇଥିଲେ । ଏହି ସମୟରେ ଏକ ଶିଶୁ ମଧ୍ୟ ଅଳ୍ପକେ ବଡ ଧରଣର ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ନାବାଳକ ଜଣକ ଗାଡି ଚଳାଇ ଆଖପାଖରେ ଥିବା ଅନେକ ଗାଡିକୁ ଧକ୍କା ଦେଇ କ୍ଷତିଗ୍ରସ୍ତ କରିଛନ୍ତି ।


୧୬ ଜୁଲାଇରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହେବା ସହ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଭିଡିଓ ଭାଇରାଲ୍‌ ହେବା ସହ ଏହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଲୋକେ ଏଭଳି ଭିଡିଓ ଦେଖି ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓର ଆରମ୍ଭରେ ଦେଖିପାରିବେ, ସେଠାକାର ଜଣେ ସ୍ଥାନୀୟ ବାସିନ୍ଦା ନିଜ ବାଇକରେ ଗଳି ରାସ୍ତାରେ ଯିବାକୁ ବାହାରିଛନ୍ତି । ମାତ୍ର ସେ ହଠାତ୍‌ ଅଟକିବାକୁ ଚେଷ୍ଟା କରିବା ସହ ନିଜ ଜୀବନ ରକ୍ଷା କରୁଛନ୍ତି । ଜଣେ ଶିଶୁ ମଧ୍ୟ ଅଳ୍ପକେ ବର୍ତ୍ତି ଯାଉଛନ୍ତି । ମାତ୍ର ଅନେକ ଗାଡିକୁ ଧକ୍କା ଦେବାରୁ ତାହା କ୍ଷତିଗ୍ରସ୍ତ ହେଉଛି । ଲୋକେ ହଠାତ୍‌ କିଛି ବୁଝି ପାରିନଥିଲେ । ମାତ୍ର ପରେ ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ : ଏକାଠି ହେବେ ବୃହସ୍ପତି-ଶୁକ୍ର, ଏହି ରାଶି ହେବେ ମାଲାମାଲ୍‌, ବିବାହ ଠାରୁ ଚାକିରି ସବୁଥିରେ ମିଳିବ ବଡ ସଫଳତା..

- Advertisement -

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories