www.samajalive.in
Monday, December 8, 2025
27.1 C
Bhubaneswar

୧୦ ବର୍ଷ ହେଲା ଭୂତକୋଠି ପାଲଟିଛି ବନଦୁର୍ଗା ଗୋଷ୍ଠୀ ଗୃହ

ରଣପୁରଗଡ : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବନଦୁର୍ଗା ମନ୍ଦିର ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଯାହାର ପ୍ରାକୃତିକ ଶୋଭା ମନମୁଗ୍ଧକର । ତେଣୁ ସାଧାରଣ ଲୋକେ ପିକନିକ ପାଇଁ ବନଦୁର୍ଗା ମନ୍ଦିରକୁ ବାଛିଥାନ୍ତି। କିନ୍ତୁ ଅନେକ ସ୍ଥାନରେ ବନ ବିଭାଗ ଅନୁମତି ନମିଳିବାରୁ ସ୍ଥାନର ଉନ୍ନତିକରଣ ହୋଇ ପାରେ ନାହିଁ। ସେଭଳି ଦେଖିବାକୁ ମିଳୁଛି ଖୋର୍ଦ୍ଧା ବନଖଣ୍ଡ ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ଭେରୁପଡା ବିଟ୍ ଅଧିକ ପିମ୍ପଲ ଗ୍ରାମ ପଞ୍ଚାୟତ ସାମନ୍ତରାପୁର ଆଦିବାସୀ ସାହି ଉପରେ କୋଦାଳପଲ୍ଲୀ ରାସ୍ତା ଘାଟିରେ ଥିବା ବନଦୂର୍ଗା ପୀଠରେ। ନିରୋଳା ସ୍ଥାନ ସାଙ୍ଗକୁ ପରିବେଶ ମୁଗ୍ଧକର ଯୋଗୁଁ ଅନେକ ଲୋକ ଏଠାରେ ବଣଭୋଜି ପାଇଁ ଆସିଥାନ୍ତି। ୧୦  ବର୍ଷ ତଳେ ଏକ ଗୋଷ୍ଠୀ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ଯାହାକି ଏବେ ନିର୍ମାଣାଧୀନ ଅବସ୍ଥାରେ ଭୂତକୋଠୀ ପାଲଟିଛି। ସମିତି ସଭ୍ୟ ପ୍ରସନ୍ନ କୁମାର ପରିଡ଼ା କୁହନ୍ତି ଆମ ଗାଁ ଆମ ବିକାଶ ଯୋଜନାରେ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ବନବିଭାଗ ଅନୁମତି ନମିଳିବାରୁ ବିନିଯୋଗ ହୋଇପାରୁନାହିଁ। ବନପାଳ ରଞ୍ଜିତ କୁମାର ବେହେରା କୁହନ୍ତି ବନ ବିଭାଗ ଅନୁମତି ପାଇଁ ନିର୍ଦ୍ଧାରିତ ଫର୍ମରେ କେହି ଆବେଦନ କରି ନାହାନ୍ତି। ଅଯଥା ବନବିଭାଗକୁ ଦୋଷାରୋପ କରୁଛନ୍ତି। ଗ୍ରାମ ପଞ୍ଚାୟତ ତରଫରୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କଲେ ବନଖଣ୍ଡ ଅଧିକାରୀ ବିଚାର କରିବେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories