www.samajalive.in
Monday, December 8, 2025
27.1 C
Bhubaneswar

୩ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ

ପାଟଣା :ପାଟଣା ବଜାର ମୁଖ୍ୟାଳୟରେ ୩ଟି ଦୋକାନରୁ ସିରିଜ ଚୋରୀ ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚିତ୍ତରଞ୍ଜନ ଦାଶଙ୍କ ସାର ଦୋକାନ ଘର ଆଜବେଷ୍ଟ ତାଡି ଚୋର ମାନେ ଭିତରେ ପଶି ଦାମିକା କୀଟ ନାଶକ ଔଷଧ ଓ କିଛି ରାସାୟନିକ ସାର ନେଇଥିବା ବେଳେ ରାଜେଶ ଫାଷ୍ଟଫୁଡ଼ ଦୋକାନରୁ ୧ ପେଟି ରିଫାଇନ ତେଲ, ଗୋଟିଏ ଗ୍ୟାସ ଭର୍ତ୍ତି ଟାଙ୍କି, ୩ଟି ଅଣ୍ଡା ଟ୍ରେ ଚୋର ଚୋରି କରି ନେଇଛନ୍ତି। ସେହିପରି ମହାଲକ୍ଷ୍ମୀ ଇଲେକ୍ଟ୍ରି ଦୋକାନରୁ ଫ୍ୟାନ, ଗ୍ରାଇଣ୍ଡର, ଦାମିକା ଇଲେକ୍ଟ୍ରି ଜିନିଷ ଚୋରୀ ହୋଇଥିବା ଦୋକାନ ମାଲିକ ମାନେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।

ଚୋର ମାନେ ନିର୍ଭୟରେ ନିଜ ଇଚ୍ଛାରେ ସୁବିଧା ଅନୁସାରେ ଚୋରୀ କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ଥାନା ଠାରୁ ମାତ୍ର ତିନି ଚାରିଶହ ମିଟର  ଦୂରରେ ଥିବା ଏହି ଦୋକାନରୁ  ଚୋର ମାନେ ଚୋରୀ କରିଥିବାରୁ ପୁଲିସକୁ ଚୋର ମାନଙ୍କର ଭୟ ନଥିବା ସ୍ପଷ୍ଟ ବାରି ହେଉଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories