www.samajalive.in
Monday, December 8, 2025
27.1 C
Bhubaneswar

କପିଲ ଶର୍ମା ଶୋକୁ ଫେରିବେ ସୁନିଲ ଗ୍ରୋଭର

ମୁମ୍ବଇ : ସୁନିଲ ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ୟ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରେ ଖୁବଶୀଘ୍ର ସୁନିଲ ଗ୍ରୋଭର ଦେଖାଦେବେ। ଲୋକପ୍ରିୟ ହାସ୍ୟ ଅଭିନେତା ସୁନିଲ ଗ୍ରୋଭରଙ୍କୁ ଗତ କିଛି ଦିନ ହେବ ଦର୍ଶକ ଏହି କାର୍ୟ୍ୟକ୍ରମରେ ଦେଖିନଥିଲେ। କିନ୍ତୁ ଏଥର ସେ ଗୁଥି କିମ୍ବା ମଶହୁର ଗୁଲାଟି ପରିବର୍ତ୍ତେ ଅନ୍ୟ ଏକ ଚରିତ୍ରରେ ଅଭିନୟ କରିବେ।

courtesy-DNA india

ଖବର ଅନୁସାରେ, ଅନ୍ୟପଟେ ଏବେ ବଲିଉଡ ଚଳଚ୍ଚିତ୍ର ସୁଟିଂରେ ମଧ୍ୟ ବ୍ୟସ୍ତ ରହୁଛନ୍ତି ଏହି ହାସ୍ୟ ଅଭିନେତା । ବିଶାଲ ଭରଦ୍ୱାଜଙ୍କ ‘ପଟାଖା’ ଚଳଚ୍ଚିତ୍ରରେ ସୁନିଲଗ୍ରୋଭର ନଜରକୁ ଆସୁଥିବାବେଳେ ସଲମାନ ଖାନଙ୍କ ଅଭିନୀତ ‘ଭାରତ’ ଚଳଚ୍ଚିତ୍ରରେ ମଧ୍ୟ ସୁନିଲ ଅଭିନୟ କରୁଛନ୍ତି । ତେବେ ବହୁ ଦିନ ପରେ ଏହି ଲୋକପ୍ରିୟ ହାସ୍ୟଅଭିନେତା ଦି କପିଲ ଶର୍ମା ଶୋକୁ ଫେରୁଥିବାର ଜାଣି ତାଙ୍କ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories