www.samajalive.in
Monday, December 8, 2025
27.1 C
Bhubaneswar

‘ଖାମେନିଙ୍କୁ ହତ୍ୟା କରିଥାଆନ୍ତୁ, କିନ୍ତୁ…’

ସମାଜ ଡିଜିଟାଲ ଡେସ୍କ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଇସ୍ରାଏଲ। କିନ୍ତୁ ଶେଷ ମୁହୂର୍ତ୍ତରେ ଯୋଜନା ବଦଳାଇଥିଲା। ଏଭଳି ଚାଞ୍ଚଲ୍ୟକର ମତ ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍‌। ୧୨ ଦିନ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଖାମେନିଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ବୋଲି କାଜ୍‌ କହିଛନ୍ତି।

କାଜ୍ କହିଛନ୍ତି, ଖାମେନି ଆମ ନଜରରୁ ଦୂରକୁ ଚାଲିଗଳେ। ଭୂମିତଳେ ବହୁ ଆଭ୍ୟନ୍ତରରେ ବଙ୍କର ଭିତରେ ଲୁଚିଥିଲେ। ସେ ନିଜ କମାଣ୍ଡରମାନଙ୍କ ସହ ମଧ୍ୟ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। ତେଣୁ ତାଙ୍କ ବାସ୍ତବ ଠିକଣା ଠାବ କରିହେଲା ନାହିଁ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବାକୁ ରହିଥିବା ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ସେ ଆହୁରି କହିଛନ୍ତି, ଯୁଦ୍ଧ ଚାଲିଥିବା ସମୟରେ ଖାମେନିଙ୍କୁ ଆମେ ବହୁତ ଖୋଜିଥିଲୁ। କିନ୍ତୁ ପାଇ ନ ଥିଲୁ। ଇସ୍ରାଏଲରେ ଶାସନ ପରିବର୍ତ୍ତନ ଇସ୍ରାଏଲର ଉଦ୍ଦେଶ୍ୟ ନ ଥିଲା। ଇରାନର ନେତୃତ୍ଵକୁ ଦୁର୍ବଳ କରି ଯୁଦ୍ଧ ସମୟରେ ଚାପ ପକାଇବାକୁ ଇସ୍ରାଏଲ ଚାହୁଁଥିଲା ବୋଲି କାଜ୍‌ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories