www.samajalive.in
Monday, December 8, 2025
17.1 C
Bhubaneswar

ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କ ପାଲଟିଛି ଠିକାଦାରଙ୍କ ଭାତହାଣ୍ଡି

ହରଭଙ୍ଗା: ବୌଦ୍ଧ ଜିଲ୍ଲାର ଐତିହ୍ୟ ବହନ କରୁଥିବା ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କ ସମ୍ପ୍ରତି ଠିକାଦାରଙ୍କ ଭାତହାଣ୍ଡି ପାଲଟିଛି। ନୂତନ ରାସ୍ତା ନିର୍ମାଣ ପାଇଁ ଏପ୍ରିଲ ମାସରୁ ଟେଣ୍ଡର ସରିଛି। ଏହାପରେ ମଧ୍ୟ ତଳିପକା ପିଚୁକାମ କରାଯିବା ଘଟଣା ପୂର୍ତ୍ତ ବିଭାଗର ଦୋମୁହାଁ ନୀତି ଏବଂ କାର୍ଯ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି, ଯଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପୁଣି ପାଣିରେ ପଡ଼ିବ ବୋଲି ସ୍ପଷ୍ଟ ଅନୁମେୟ।

ପ୍ରକାଶ ଯେ, ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣ ପରେ ହରଭଙ୍ଗା-ଧଳପୁର ଜଗନ୍ନାଥସଡ଼କର ଗୁରୁତ୍ୱ ବୃଦ୍ଧି ପାଇଛି। ରାସ୍ତାଟି ସମ୍ପୂର୍ଣ୍ଣ ଖାଲଖମାରେ ପରିପୂର୍ଣ୍ଣ ଯୋଗୁଁଁ ପଥଚାରୀ ଏବଂ ଗାଡିରେ ଯାତାୟତ କଷ୍ଟସାଧ୍ୟ ହୋଇପଡୁଛି। ଅନ୍ୟପଟେ ବର୍ଷାଦିନେ ଉକ୍ତ ରାସ୍ତାରେ ଜଳବନ୍ଦୀ ଯୋଗୁଁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପୂର୍ତ୍ତବିଭାଗ ପକ୍ଷରୁ ହରଭଙ୍ଗାଠାରୁ ଧଳପୁର ସେତୁ ପର୍ଯ୍ୟନ୍ତ ଦୀର୍ଘ ୧୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୯୩ କୋଟି ଟଙ୍କା ବ୍ୟୟବରାଦ ସହ ଗତ ଏପ୍ରିଲ ମାସରୁ ଟେଣ୍ଡର ସରିଛି। ଗୋଟିଏ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୭କୋଟି ୧୫ ଲକ୍ଷ ଟଙ୍କା ବ୍ୟୟବରାଦରେ ହାଏ ଲେବୁଲ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଯାହାଫଳରେ ବନ୍ୟାପ୍ରଭାବିତ ହରଭଙ୍ଗା-ଧଳପୁର ଜଗନ୍ନାଥ ସଡ଼କରେ ବନ୍ୟା ସମୟରେ ବି ଯାତାୟତ ସମ୍ଭବପର ହୋଇପାରିବ। ଏଥିପାଇଁ ଟେଣ୍ଡର ପ୍ରକିୟା କେବଳ ଓପନ ବାକି ରହିଛି। ପୁଣି ଉକ୍ତ ରାସ୍ତାରେ ବର୍ଷା ସମୟରେ ତଳିପକା ପିଚୁ କାମ କରି ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଶ୍ରାଦ୍ଧ ପଛରେ କାହାସ୍ୱାର୍ଥ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଏ ଦିଗର ପୂର୍ତ୍ତ ବିଭାଗ ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ବଦଳରେ ବର୍ଷା ସମୟରେ ତଳିପକା ପିଚୁ କାମ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ଉଠୁଛି। ଏ ସମ୍ପର୍କରେ ପୂର୍ତବିଭାଗ ପୁରୁଣାକଟକ ସେକ୍ସନ ଦାୟିତ୍ଵରେ ଥିବା ସହକାରୀ ଯନ୍ତ୍ରୀ ବିନୟ କୁମାର ଲାକ୍ରାଙ୍କୁ ନୂତନ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଛି ପୁଣି ବର୍ଷା ସମୟରେ ପିଚୁ ମରାମତି କାମ କେମିତି କରାଯାଉଛି ପଚାରିବାରୁ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦେଶରେ କରାଯାଉଛି ବୋଲି କହିଥିଲେ। କେତେ ଟଙ୍କାର ପଚାରିବାରୁ ୧୦ରୁ ୧୫ ଲକ୍ଷ ଟଙ୍କା ଭିତରେ ହେବ ବୋଲି କହିଥିଲେ।

ସୂଚନା ଥାଉକି, ଗତ ୧୦ ମାସ ତଳେ ୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଉକ୍ତ ରାସ୍ତାରେ ପଥରଗୁଣ୍ଡ ପକାଇ ମରାମତି କରାଯାଇଥିଲା। ମାତ୍ର କିଛି ମାସପରେ ରାସ୍ତାର ପୂର୍ବ ଅବସ୍ଥା ଯୋଗୁଁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories