www.samajalive.in
Thursday, December 11, 2025
27.1 C
Bhubaneswar

ଆକ୍ସିଓମ୍-୪: ଆସନ୍ତାକାଲି ମହାକାଶକୁ ଯିବେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଭାରତର ମହାକାଶ ଅଭିଯାନରେ ଏକ ବଡ଼ ଏବଂ ଐତିହାସିକ ଦିନ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଖୁବ୍‌ଶୀଘ୍ର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଆମେରିକୀୟ ମହାକାଶ ସଂସ୍ଥା ନାସା ସୂଚନା ଦେଇଛି ଯେ, ଆକ୍ସିଓମ୍-୪ ମିଶନ୍ ଏବେ ଜୁନ୍ ୨୫ରେ ଉତକ୍ଷେପଣ କରାଯିବ। ଏହି ମିଶନରେ ଭାରତ ସହିତ ହଙ୍ଗେରୀ ଏବଂ ପୋଲାଣ୍ଡ ମଧ୍ୟ ସାମିଲ ଅଛନ୍ତି। ବିଶେଷ କଥା ହେଉଛି ଏହି ମିଶନ୍‌ ତିିନି ଦେଶ ପାଇଁ ଐତିହାସିକ ବୋଲି ବିବେଚନା କରାଯାଉଛି। ଭାରତ ପାଇଁ ଏହି ମିଶନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଦୀର୍ଘ ଦିନ ପରେ କୌଣସି ଭାରତୀୟ ମହାକାଶକୁ ଯିବେ।

ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଓମ୍-୪ ମିଶନ୍ ଉତକ୍ଷେପଣ କରାଯିବ। ନାସାର ସୂଚନା ଅନୁଯାୟୀ, ଏହି ମିଶନ୍ ଜୁନ୍ ୨୫ ତାରିଖରେ ଭାରତୀୟ ସମୟାନୁସାରେ ଦିନ ୧୨:୦୧ରେ ସ୍ପେସ୍ଏକ୍ସର ଫାଲକନ୍-୯ ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯିବ। ତେବେ ଏହା ପୂର୍ବରୁ ଏହି ମିଶନର ଲଞ୍ଚିଙ୍ଗ୍‌ ଅନେକ ଥର ସ୍ଥଗିତ ରଖାଯାଇଛି। ପ୍ରଥମେ ଏହି ମିଶନ ମେ’ ୨୯ରେ ଲଞ୍ଚ୍‌ ହେବାର ଥିଲା, କିନ୍ତୁ ଯାନ୍ତ୍ରିକ ସମସ୍ୟା ଯୋଗୁଁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

- Advertisement -

ମିଶନରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଜଣେ ପାଇଲଟ୍ ଭାବରେ ସାମିଲ ହେବେ। ତାଙ୍କ ସହିତ ହଙ୍ଗେରୀର ତିବୋର୍ କାପୁ ଏବଂ ପୋଲାଣ୍ଡର ସ୍ଲାଭୋସ୍ ଉଜ୍‌ନାନସ୍କି-ୱିସ୍‌ନିୱସ୍କି ମିଶନ ବିଶେଷଜ୍ଞ ଭାବରେ ଏହି ମିଶନରେ ସାମିଲ ହେବେ। ସମଗ୍ର ଦଳର ନେତୃତ୍ୱ ନେଉଛନ୍ତି ଅଭିଜ୍ଞ ମହିଳା ମହାକାଶଚାରୀ ପେଗୀ ହ୍ୱିଟସନ। ପେଗୀ ହ୍ୱିଟସନ ନାସାର ସବୁଠାରୁ ଅଭିଜ୍ଞ ମହାକାଶଚାରୀମାନଙ୍କ ମଧ୍ୟରୁ ଅନ୍ୟତମ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories