www.samajalive.in
Monday, December 8, 2025
27.1 C
Bhubaneswar

କିଡନୀ ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର ; ଲିମ୍ବ ,ପିପଲ ପତ୍ର ଜୁସ୍, ଗୋ-ମୁତ୍ର, ପ୍ରାଣାୟମରେ ମିଲୁଛି ଉପଶମ

ହରଭଙ୍ଗା: କିଡନୀ ଭଳି ମାରାତ୍ମକ ରୋଗୀକୁ ବଞ୍ଚାଇବା କଷ୍ଟକର। ମାତ୍ର ବିନା କଷ୍ଟ ଏବଂ ବିନା ଖର୍ଚ୍ଚରେ କେବଳ ଲିମ୍ବ ଆଉ ପିପଲପତ୍ର ଜୁସ୍ ସାଙ୍ଗକୁ ଗୋ-ମୁତ୍ର ସହିତ ପ୍ରାଣାୟମ ଏବଂ ଉଷୁମପାଣି ଚିକିତ୍ସା ଦ୍ୱାରା କିଡନୀ ରୋଗୀ ଆରୋଗ୍ୟ ଲାଭ କରୁଥିବା ଭଳି ଏକ ନୂତନ ଚିକିତ୍ସା ପଦ୍ଧତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଚିକିତ୍ସା ପଦ୍ଧତି ସମ୍ପ୍ରତି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ଗ୍ରାମରେ ଦେଖିବାକୁ ମିଳିଛି । ଏହି ଚିକିତ୍ସା ପଦ୍ଧତି ଦ୍ୱାରା ଜଣେ ୫ବର୍ଷ କିଡନୀ ଆକ୍ରାନ୍ତ ରୋଗୀ ଦୁଇ ମାସରେ ସୁସ୍ଥ ଅନୁଭବ କରିବା ଭଳି ଆଶ୍ଚର୍ଯ୍ୟଜନକ ଚିତ୍ର କାନକୁ ବିଶ୍ୱାସ ଲାଗୁନଥିଲେ ମଧ୍ୟ ସତ । ଏଭଳି ଏକ ଚିକିତ୍ସା ପଦ୍ଧତି ବ୍ଲକର ଧଳପୁର ଗ୍ରାମ ରଥସାହିର କିଡନୀ ଆକ୍ରାନ୍ତ ରୋଗୀ ଅମ୍ବର ମହାକୁଡଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଭଳି ଚିକିତ୍ସା ପଦ୍ଧତି କିଡନୀ ରୋଗୀଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ହୋଇଛି ।

ପ୍ରକାଶ ଯେ ଧଳପୁର ଗ୍ରାମର କିଡନୀ ଆକ୍ରାନ୍ତ ରୋଗୀ ଅମ୍ବର ମହାକୁଡଙ୍କ କହିବାଅନୁସାରେ ସେ ଗତ ୨୦୨୦ ମସିହାରୁ କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି । ତାଙ୍କର ଦୁଇଟିଯାକ କିଡନୀ ଅଚଳ ଯୋଗୁଁ ଦୀର୍ଘ ୫ବର୍ଷ ହେଲା କଟକ ବଡ ମେଡିକାଲରେ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇ ପାରିନଥିଲେ । ତାଙ୍କର ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଶେଷରେ ସେ ବାଧ୍ୟହୋଇ ଆଠ ମଲ୍ଲିକରେ ସପ୍ତାହକୁ ୨ଥର ଡାଏଲେସିସ୍ ଚିକିତ୍ସା ହେଉଥିଲେ। ଏଭଳି ଅବସ୍ଥାରେ ରୋଗସହ ସଂଗ୍ରାମ କରୁଥିବା ଜଣେ ଗରିବ ଶ୍ରେଣୀର କିଡନୀ ଆକ୍ରାନ୍ତ ରୋଗୀ ସୁସ୍ଥହେବା ଆଶା ଛାଡି ଦେଇଥିଲେ । ମାତ୍ର ପୁରୁଣାକଟକ ବଜାରର ରାଜୁ ଅଗ୍ରଓାଲା ଏବଂ ୟୁଟ୍ୟୁବ୍‌ରୁ ଯୋଗଗୁରୁ ରାମଦେବ ବାବାଙ୍କ ଆୟୁର୍ବେଦ ଚିକିତ୍ସା ପଦ୍ଧତି ବିଷୟରେ ଜାଣିବା ପରେ ଶେଷରେ ଏହି ଚିକିତ୍ସା ପଦ୍ଧତିକୁ ଆପଣାଇଥିଲେ । ଦୁଇ ମାସ ତଳେ ଦୈନିକ ସକାଳୁ ଖାଲି ପେଟରେ ଲିମ୍ବ/ପିପଲ ପତ୍ର ଜୁସ ସହିତ ଅଧଘଂଟାରୁ ଘଂଟାଏ ପ୍ରାଣାୟାମ ସାଙ୍ଗକୁ ଆଠମଲ୍ଲିକ ଦେଉଳଝରି ସ୍ଥିତ ଉଷ୍ମ ପ୍ରସବଣରେ ଉଷୁମ ପାଣି ଚିକିତ୍ସା ପରେ ସେ ବର୍ତମାନ ସୁସ୍ଥ ଅନୁଭବ କରୁଥିବା କହିଛନ୍ତି ।

ଏହି ରାଶିମାନେ ମା’ଲକ୍ଷ୍ମୀଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ହଠାତ୍‌ ବଦଳେ ଏମାନଙ୍କ ଭାଗ୍ୟ, ଧନ ମାମଲାରେ ଏମାନେ ବେଶ ଭାଗ୍ୟଶାଳୀ..

- Advertisement -

ଏହି ଚିକିତ୍ସା ପଦ୍ଧତି ଆପଣାଇବାର ମାତ୍ର ଦୁଇମାସ ପରେ ତାଙ୍କର କ୍ରିଏଟିନ ଲେବୁଲ ୪କୁ ଖସି ଆସିଛି । ଏହା ସହିତ ସେ ଚାଲି ବୁଲି ପାରୁଛନ୍ତି । ଏପରିକି ସାଇକେଲ ଚଳେଇ ପାରୁଛନ୍ତି । ଅମ୍ବରଙ୍କ ଭଳି ରୋଗୀଙ୍କୁ ଦୁଇମାସ ମଧ୍ୟରେ ମିଳିଥିବା ଉପଶମ ଅନ୍ୟ ସମସ୍ତ କିଡନୀ ରୋଗୀଙ୍କ ପାଇଁ ପ୍ରେରଣା ଏବଂ ଆଶ୍ୱସ୍ତିକର ଖବର ବୋଲି ସେ କହିଛନ୍ତି । ସବୁଠାରୁ ବଡକଥା ହେଲା ଏଭଳି ଚିକିତ୍ସା ପଦ୍ଧତିପରେ ଅମ୍ବର ବର୍ତମାନ ରକ୍ତଚାପ, କ୍ୟାଲସିୟମ, ଭିଟାମିନ୍‌ ଭଳି ଏଲୋପାଥି ଔଷଧ ଖାଉଥିବା କହିଛନ୍ତି । ଏଭଳି ଏକ ଆଶ୍ୱସ୍ତିକର ଖବର କିଡନୀରୋଗୀଙ୍କ ନୂଆଠିକଣା ପାଲଟିଥିବା ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର କିଡନୀ ଆକ୍ରାନ୍ତ ଏବଂ ଗୁରୁତର ରୋଗୀଙ୍କ ପାଇଁ ପ୍ରେରଣାଦାୟୀ ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଖବର ଜଣାପଡିବାପରେ ଗତ ବୁଧବାର ବୌଦ୍ଧ ଆର.ଏସ.ଏସର ଜିଲ୍ଲା କର୍ମକର୍ତା ଅମ୍ବରଙ୍କ ଧଳପୁରସ୍ଥିତ ବାସଭବନରେ ପଂହଚି ତାଙ୍କ ସହିତ କଥାବାର୍ତା କରିବା ସହିତ ତାଙ୍କର ଦୃଢ ମନୋଭାବ ଏବଂ ଏକାଗ୍ରତାକୁ ନେଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories