www.samajalive.in
Monday, December 8, 2025
17.1 C
Bhubaneswar

ବନ୍ଦ ହେବ ଓଲା, ଉବର ଓ ରାପିଡୋ ବାଇକ୍ ଟ୍ୟାକ୍ସି ସେବା, ହାଇକୋର୍ଟଙ୍କ ନିର୍ଦ୍ଦେଶ..

ନୂଆଦିଲ୍ଲୀ : କର୍ଣ୍ଣାଟକ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇ ରାଜ୍ୟରେ ଚାଲୁଥିବା ବାଇକ୍ ଟ୍ୟାକ୍ସି ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ସିଧା ପ୍ରଭାବ ଓଲା, ଉବର ଓ ରାପିଡୋ ଭଳି ଲୋକପ୍ରିୟ କମ୍ପାନୀ ଉପରେ ପଡିବ । ୧୬ ଜୁନ ୨୦୨୫ରୁ ରାଜ୍ୟରେ ଏହି କମ୍ପାନୀର ବାଇକ୍ ଟ୍ୟାକ୍ସି ସେବା ବନ୍ଦ ହୋଇଯିବ । ଫଳରେ ଏହି ସେବା ମାଧ୍ୟମରେ ଜୀବିକା ଚଳାଉଥିବା ଚାଳକଙ୍କ ଉପରେ ମଧ୍ୟ ପ୍ରଭାବ ପଡିବ ।

ଚଳିତ ବର୍ଷ ୨ ଏପ୍ରିଲରେ ନ୍ୟାୟାଧିଶ ଭି. ଶ୍ୟାମ ପ୍ରସାଦ ରାଜ୍ୟରେ ସମସ୍ତ ବାଇକ ଟ୍ୟାକ୍ସି ସେବା ୬ ସପ୍ତାହ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଲା, ଉବର ଓ ରାପିଡୋ ଭଳି କମ୍ପାନୀ ଏହି ନିର୍ଦ୍ଦେଶ  ବିରୁଦ୍ଧରେ ଯାଚିକା ଆବେଦନ କରିଥିଲେ । ଏବେ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଏହି ଯାଚିକାକୁ ଖାରଜ କରି ପ୍ରଥମ ଆଦେଶକୁ ବଜାୟ ରଖିଛନ୍ତି ।

- Advertisement -

ବାଇକ ଟ୍ୟାକ୍ସି ସେବା ବନ୍ଦ ହେବାର କିଛି ଖାସ୍ କାରଣ

୧. କର୍ଣ୍ଣାଟକ ସରକାର ବାଇକ ଟ୍ୟାକ୍ସି ସେବାକୁ ନିୟମିତ କରିବା ନେଇ କୌଣସି ଆଇନ ପ୍ରସ୍ତୁତ କରିନାହାଁନ୍ତି ।

୨. ବର୍ତ୍ତମାନର ନିୟମ ଅନୁସାରେ ଘରୋଇ ପଞ୍ଜୀକରଣ ବିଶିଷ୍ଟ ଦୁଇଚକିଆ ଯାନର ବ୍ୟବସାୟିକ ବ୍ୟବହାର ଅବୈଧ ।

୩. ୨୦୧୯ର ଏକ ରିପୋର୍ଟ ଅନୁସାରେ ବାଇକ ଟ୍ୟାକ୍ସି ଯୋଗୁଁ ଟ୍ରାଫିକ୍ ସମସ୍ୟା ବଢୁଛି ।

୪. ଅଟୋ ଚାଳକଙ୍କ କହିବାନୁସାରେ ବାଇକ ଟ୍ୟାକ୍ସି ଯୋଗୁଁ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପଡୁଛି ।

 

ସୂଚନାଯୋଗ୍ୟ ୧୬ ଜୁନ୍ ୨୦୨୫ରୁ କର୍ଣ୍ଣାଟକରେ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ । ଆଗାମୀ ଶୁଣାଣି ୨୪ ଜୁନରେ ହେବ ଏବଂ ସମସ୍ତ ପକ୍ଷ ୨୦ ଜୁନ୍ ସୁଦ୍ଧା ଲିଖିତ ଜବାବ ଦାଖଲ କରିବେ । ମହାରାଷ୍ଟ୍ର ଓ ଗୋଆ ପୂର୍ବରୁ ଏହି ସେବାକୁ ନେଇ ଚେତାବନୀ ଦେଇସାରିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories