www.samajalive.in
Monday, December 8, 2025
17.1 C
Bhubaneswar

ଟୋକନ ଥାଇ ମଧ୍ୟ ମଣ୍ଡିରେ ଧାନ ବିକି ପାରୁନାହାନ୍ତି ଚାଷୀ

ପିପିଲି : ହାତରେ ଟୋକନ ଧରି ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । କେଉଁଠି ଧାନ କିଣିବାକୁ ମିଲର ମାନେ ରାଜି ହେଉନାହାନ୍ତି ତ’ ପୁଣି କେଉଁଠି ଚାଷୀଙ୍କ ଟୋକନ ଅବଧି ସରିଯାଇଥିଲେ ମଧ୍ୟ ଧାନମଣ୍ଡି ଖୋଲିନାହିଁ । ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି ପିପିଲି ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ । ଫଳରେ ଚାଷୀମାନେ ସେମାନଙ୍କ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିବା ନେଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ତୁରନ୍ତ ସମସ୍ତ ପ୍ରାଥମିକ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲାଯାଇ ପଞ୍ଜିକୃତ କରିଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବାକୁ ପ୍ରାଥମିକ ସେବା ସମବାୟ ସମିତିର ସଭାପତିମାନେ ମଙ୍ଗଳବାର ଦିନ ତେଇସିପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ୭ଦିନ ମଧ୍ୟରେ ଚାଷୀଙ୍କ ଠାରୁ ଧାନ କିଣାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତିର ସଭାପତିମାନେ ଯୋଗଦେଇ ସରକାରଙ୍କ ପକ୍ଷରୁ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ରବି ଋତୁ ପାଇଁ ଧାନ କିଣିବାକୁ ନିବେଦନ କରିଛନ୍ତି ।

ରବି ଋତୁ ପାଇଁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକୃତ ଚାଷୀଙ୍କୁ ଟୋକନ ମିଳିଛି । ଏହାର ଅବଧି ଜୁନ ୧୯ ତାରିଖରେ ସରିବ । ତେବେ କେତେକ ମଣ୍ଡିରେ ମିଲର ମାନେ ଅଳ୍ପ ଧାନ କିଣି ଆଉ ଧାନ କିଣିବେ ନାହିଁ ବୋଲି ଯୋଗାଣ ବିଭାଗକୁ ରୋକଠୋକ ମନା କରି ମଣ୍ଡିକୁ ଆସୁନଥିବା ଅଭିଯୋଗ ହୋଇଛି । କେତେକ ସମବାୟ ସମିତିରେ ଧାନମଣ୍ଡି ଖୋଲାଯାଇନଥିବା ବେଳେ ହାତରେ ଟୋକନ ଧରି ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାଷୀ ଅନେଇ ବସିଛି । ଅନେକ ଚାଷୀଙ୍କ ଟୋକନ ଅବଧି ସରିଯାଇଥିବା ବେଳେ ଏବେ ଚିନ୍ତାରେ ଚାଷୀ । ଆରୁହା ସେବା ସମବାୟ ସମିତିର ସଭାପତି ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପର୍ଶୁରାମ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, ପିପିଲି ବ୍ଲକର ହଜାର ହଜାର ପଞ୍ଜିକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମିଲର ମାନେ ଆସୁନଥିବାରୁ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀ  ଏବେ ଦ୍ୱନ୍ଦରେ ପଡିଛି । ଅନେକ ଚାଷୀଙ୍କର ଟୋକନ ଅବଧି ସରିଯାଇଥିବା ବେଳେ ଅନେକଙ୍କର ଟୋକନ ଅବଧି ସରିବାକୁ ଅଳ୍ପଦିନ ବାକି ରହିଛି । ଏଭଳି ପରିସ୍ଥିତିରେ ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

- Advertisement -

ତେଇସିପୁର ପ୍ରାଥମିକ ସେବା ସମବାୟ ସମିତି ସଭାପତି ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ଅଭିଯୋଗ କରିଥିଲେ ଯେ, ଚଳିତ ରବି ଋତୁରେ କେତେକ ଧାନ ମଣ୍ଡିକୁ ବିଳମ୍ବରେ ଖୋଲାଯାଇଥିବା ବେଳେ ଆଉ କେତେକ ଧାନମଣ୍ଡି ଅଦ୍ୟାବଧି ଖୋଲାଯାଇନାହିଁ । ଯେଉଁଠି ମଣ୍ଡି ଖୋଲାଯାଇଛି ସେଠାରେ ମିଲର ମାନେ ଅଳ୍ପ ଧାନ କିଣୁଛନ୍ତି । ଯାହାଫଳରେ ଧାନ ବିକ୍ରି କରିବାରେ ଚାଷୀ ସମସ୍ୟାରେ ପଡିଛି । ଧାନ ବିକ୍ରି କରିନପାରି ଚାଷୀମାନେ ସେବା ସମବାୟ ସମିତି ସମ୍ମୁଖରେ ହୋହଲ୍ଲା କରୁଛନ୍ତି । ୭ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ଚାଷୀଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀସାହୁ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ପିପିଲି ବ୍ଲକ ଅଧ୍ୟକ୍ଷ ତଥା ଗୋବର୍ଦ୍ଧନପୁର ସୁଲତାନନଗର ସେବା ସମବାୟ ସମିତି ସଭାପତି ଯୁଧିଷ୍ôଠର ସ୍ୱାଇଁ, ମଙ୍ଗଳପୁର ସେବା ସମବାୟ ସମିତି ସଭାପତି ମାଗୁଣି ଚରଣ ପରିଡା, ଦୁର୍ଗାଦାସପୁର ସେବା ସମବାୟ ସମିତି ସଭାପତି ବିଶ୍ୱଜିତ ଦାଶ ପ୍ରମୁଖ ଏହି ସମସ୍ୟାର ତୁରନ୍ତ ସମାଧାନ କରି ଚାଷୀଙ୍କ ଠାରୁ ଧାନ କିଣିବାକୁ ସରକାରଙ୍କୁ ନିବେଦନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଶିଷ ବରାଳ, ଜୟନ୍ତ କୁମାର ଦାଶଙ୍କ ସମେତ ଅନେକ କୃଷକନେତା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories