www.samajalive.in
Monday, December 8, 2025
27.1 C
Bhubaneswar

ପାରିବାରିକ କଳହର କୁପରିଣତି, ଆତ୍ମହତ୍ୟା କଲା ସ୍ୱାମୀ

ଫୁଲବାଣୀ: ପାରିବାରିକ କଳହର କୁପରିଣତି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ସ୍ବାମୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଘଟିଛି। ମୃତ ସ୍ବାମୀ ହେଲେ ମୃତ୍ୟୁଞ୍ଜୟ କହଁର (୪୫)।

କୌଣସି କାରଣକୁ ନେଇ ମୃତ୍ୟୁଞ୍ଜୟଙ୍କର ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ଘରେ ଥିବା ଦାନାଦାର ପିଇ ଦେଇଥିଲେ। ତାଙ୍କୁ ପରିବାରବର୍ଗ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ। ହେଲେ ତାଙ୍କ ଜୀବନ ଚାଲିଯାଇଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories