www.samajalive.in
Monday, December 8, 2025
20.1 C
Bhubaneswar

‘ରୋଗୀଙ୍କୁ ମାରିଦିଅ’: ଡାକ୍ତରଙ୍କ ଅଡିଓ କ୍ଲିପ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ‘ଡାକ୍ତରଖାନାକୁ ଆସୁଥିବା କରୋନା ରୋଗୀଙ୍କୁ ମାରିଦିଅ’। ଦୁଇ ଜଣ ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଏପରି ବାର୍ତ୍ତାଳାପର ଅଡିଓ କ୍ଲିପ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଯାହା ସମସ୍ତଙ୍କୁ ଚକ୍କିତ କରିଛି। ଏହି ଦୁଇ ଡାକ୍ତରଙ୍କ ମଧ୍ୟରେ ପୁଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ତେ​‌ବେ ଅଡିଓ କ୍ଲିପଟି ୨୦୨୧ ମସିହାର, ଯେତେବେଳେ ସାରା ବିଶ୍ଵ କରୋନା ଦ୍ଵାରା କବଳିତ ଥିଲା। ଏହି ଦୁଇ ଡାକ୍ତର ହେଉଛନ୍ତି ଉଦଗିରି ସରକାରୀ ଡାକ୍ତରଖାନାର ତତ୍କାଳୀନ ଅତିରିକ୍ତ ଜିଲା ଶଲ୍ୟ ଚିକିତ୍ସକ ଡା. ଶଶିକାନ୍ତ ଦେଶପାଣ୍ଡେ ଏବଂ ମହାରାଷ୍ଟ୍ରର ଲାତୁରରେ ନିର୍ମିତ କୋଭିଡ ଯତ୍ନ କେନ୍ଦ୍ରର ଡାକ୍ତର ଶଶିକାନ୍ତ ଡାଙ୍ଗେ।

ସାମାଜିକ ଗଣମାଧ୍ୟମରେ ପ୍ରଘଟ ଅଡିଓ କ୍ଲିପରେ ଜଣେ ଡାକ୍ତର ଅନ୍ୟ ଜଣେ ଡାକ୍ତରଙ୍କୁ କହୁଛନ୍ତି ଯେ, କାହାକୁ ଭିତରକୁ ଆସିବାକୁ ଦିଅନି ଏବଂ ଦାଇମାଙ୍କୁ ମାରିଦିଅ। ଦାଇମାଙ୍କ ପାଇଁ ଅଧିକ ଅମ୍ଳଜାନ ଦରକାର ପଡ଼ୁଛି। ଉଲ୍ଲେଖ ଯେ ଦାଇମା ହେଉଛନ୍ତି ଜଣେ କରୋନା ରୋଗୀ, ଯାହାଙ୍କ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ୨୦୨୧ ଏପ୍ରିଲ ୧୫ରେ କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଉଦଗିରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୨୫ରେ ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ଯାଇଥିଲେ।

- Advertisement -

ଚଳିତବର୍ଷ ମେ ୨ ତାରିଖରେ ଏହି ଅଡିଓ କ୍ଲିପଟି ଦାଇମାଙ୍କ ସ୍ଵାମୀ ସାମାଜିକ ଗଣମାଧ୍ୟମରୁ ପାଇଥିଲେ। ଦୁଇ ଡାକ୍ତର ବାର୍ତ୍ତାଳାପ କରିବା ସମୟରେ ରୋଗୀଙ୍କ ଜାତିକୁ ନେଇ ମଧ୍ୟ ଖରାପ କଥା କହିଥିଲେ। ତେଣୁ ସେ ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି। ଅନ୍ୟପଟେ ଏହି ଅଡିଓ କ୍ଲିପ ପ୍ରଘଟ ହେବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories