www.samajalive.in
Tuesday, December 9, 2025
17.1 C
Bhubaneswar

ଲିଙ୍କନଙ୍କ ଗ୍ଲୋଭସ୍‌ ଦେଢ଼ ନିୟୁତ ଡଲାରରେ ନିଲାମ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ ହାତରେ ପିନ୍ଧୁଥିବା ଏକ ଗ୍ଲୋଭସ୍‌ ଦେଢ଼ ନିୟୁତ ଡଲାରରୁ ଊର୍ଦ୍ଧ୍ବରେ ନିଲାମ ହୋଇଛି। ଯେଉଁ ରାତିରେ ଲିଙ୍କନଙ୍କୁ ହତ୍ୟା କରାଯାଇଥିଲା ସେହି ଗ୍ଲୋଭସ୍‌ଟି ତାଙ୍କ ପକେଟରେ ରହିଥିଲା। ସେଥିରେ ଲିଙ୍କନଙ୍କ ରକ୍ତଛିଟା ବର୍ତ୍ତମାନ ସୁଦ୍ଧା ରହିଛି। ଚିକାଗୋ​‌ରେ ଏହି ନିଲାମ ଅନୁଷ୍ଠିତ ହୋଇଥିଲା। ଲିଙ୍କନ୍‌ଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ ଓ କାଗଜପତ୍ର ଏକ ସଂଗ୍ରହାଳୟରେ ରାଖାଯାଇଥିଲା। ତେବେ ଏହି ସଂଗ୍ରହାଳୟଟି ଋଣଗ୍ରସ୍ତ ହୋଇପଡ଼ିବାରୁ ୧୪୪ଟି ଜିନିଷ ନିଲାମ କରିବାକୁ ନିଷ୍ପତ୍ତି ହୋଇଥିଲା। ସେଥିମଧ୍ୟରୁ ୧୩୬ଟି ଜିନିଷ ପ୍ରାୟ ୭.୯ ନିୟୁତ ଡଲାରରେ ବିକ୍ରି ହୋଇଥିଲା। ଲିଙ୍କନଙ୍କ ରକ୍ତ ଲାଗିଥିବା ଗ୍ଲୋଭସ୍‌ ନିଲାମ ପାଇଁ ଆସିବା ପରେ ତାହାକୁ କିଣିବାକୁ ଏକାଧିକ ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶେଷରେ ଏହା ଦେଢ଼ଲକ୍ଷ ଡଲାରରୁ ଊର୍ଦ୍ଧ୍ବରେ ବିକ୍ରି ହୋଇଥିଲା। ଲିଙ୍କନ୍‌ଙ୍କ ନିକଟରେ ଥିବା ଏକ ରୁମାଲ ୮ ଲକ୍ଷ ୨୬ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଲିଙ୍କନଙ୍କ ଯୁବାବସ୍ଥାର ଏକ ନୋଟବୁକ୍‌ ୫ ଲକ୍ଷ ୨୧ ହଜାର ଡଲାରେ ନିଲାମ ହୋଇଥିଲା। ସେହିପରି ଲିଙ୍କନ୍‌ଙ୍କୁ ହତ୍ୟା କରିଥିବା ଆତତାୟୀମାନଙ୍କ ପୋଷ୍ଟର ୭ ଲକ୍ଷ ୬୨ ହଜାର ୫୦୦ ଡଲାରରେ ନିଲାମ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories