www.samajalive.in
Tuesday, December 9, 2025
16.1 C
Bhubaneswar

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଦୁଇ ଦିନରେ ଘରେ ପଶିଲେଣି ୨ ଅଜଣା ବ୍ୟକ୍ତି

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଦିନ ମଧ୍ୟରେ ଦୁଇଜଣ ଅଜଣା ବ୍ୟକ୍ତି ସଲମାନ ଖାନଙ୍କ ଘରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ପୂର୍ବରୁ ମେ’ ୨୦ ତାରିଖରେ ଜଣେ ବ୍ୟକ୍ତି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ପରଦିନ ଅର୍ଥାତ୍ ମେ’ ୨୧ ତାରିଖ ରାତିରେ ଜଣେ ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଗୁରୁବାର ସକାଳେ ମୁମ୍ବଇ ପୁଲିସ ତାଙ୍କୁ ଗିରଫ କରିଛି।

ପ୍ରଥମେ ମଙ୍ଗଳବାର ଦିନ ସଲମାନ ଖାନଙ୍କ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଜଣେ ବ୍ୟକ୍ତି ତାଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ଯୁବକ ଜଣକ କାର ପଛରେ ଲୁଚି ସଲମାନଙ୍କ କୋଠା ପରିସରରେ ପ୍ରବେଶ କରିବାରେ ସଫଳ ମଧ୍ୟ ହୋଇଥିଲେ। ତେବେ ସୁରକ୍ଷାକର୍ମୀମାନେ ତାଙ୍କୁ କୋଠାର ପ୍ରବେଶ ଫାଟକ ପାଖରେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ଯୁବକଙ୍କ ନାମ ଜିତେନ୍ଦ୍ର କୁମାର ସିଂହ ଏବଂ ସେ ଛତିଶଗଡ଼ର ବୋଲି କୁହାଯାଉଛି।

- Advertisement -

ଏହା ବ୍ୟତୀତ ବୁଧବାର ବିଳମ୍ବିତ ରାତିରେ ଜଣେ ଅଜଣା ମହିଳା ମଧ୍ୟ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ମୁମ୍ବଇ ପୁଲିସର ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୩ଟା ସମୟରେ ଇଶା ଛାବଡ଼ା ନାମ୍ନୀ ମହିଳା ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୁଲିସ କହିଛି ଯେ, ମହିଳା ଜଣକ କୋଠାର ଲିଫ୍ଟ ଦେଇ ସିଧାସଳଖ ସଲମାନଙ୍କ ଘରେ ଯାଏଁ ପହଞ୍ଚିଥିଲେ। ସେଠାରେ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କର୍ମୀମାନେ ମହିଳାଙ୍କୁ ଧରି ବାନ୍ଦ୍ରା ପୁଲିସକୁ ହସ୍ତାନ୍ତର କରିଥିଲେ। ଏହାପରେ ସୁରକ୍ଷା କର୍ମୀଙ୍କ ଅଭିଯୋଗକ୍ରମେ ବାନ୍ଦ୍ରା ପୁଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଗୁରୁବାର ସକାଳେ ତାଙ୍କୁ ଗିରଫ କରିଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories