www.samajalive.in
Monday, December 8, 2025
20.1 C
Bhubaneswar

ପ୍ରହସନ ପାଲଟିଛି ବନ ବିଭାଗ ଜଳଛତ୍ର

କଲ୍ୟାଣସିଂହପୁର: ଗ୍ରୀଷ୍ମ କାଳରେ ଲୋକଙ୍କ ଶୋଷ ମେଣ୍ଟାଇବାକୁ ସରକାରୀ ଓ ବେସରକାରୀ ସ୍ତରରେ ଜଳଛତ୍ର ଖୋଲାଯାଉଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବନାଞ୍ଚଳ ପକ୍ଷରୁ ନିଜ କାର୍ଯ୍ୟାଳୟ ନିକଟରେ ଏକ ଜଳ ଛତ୍ର ଖୋଲାଯାଇଛି। ଏହି ଜଳଛତ୍ର ବନ ବିଭାଗ ଦ୍ୱାରା ପରିଚଳିତ ହେଉଥିଲେ ମଧ୍ୟ କେବେହେଲେ ସେହି ମାଠିଆରେ ପାଣି ରହୁନଥିବାରୁ ବାଟୋଇ ନିରାଶ ହୋଇ ଫେରୁଛନ୍ତି। ମାଠିଆରେ ନିତିଦିନ ପରିଷ୍କାର ସୁଧ ପାଣି ରଖି ଲୋକଙ୍କୁ ବା ବାଟୋଇଙ୍କୁ ଜଳ ଯୋଗାଇଥା’ନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ପରିଚାଳନାର ଅଭାବ ଯୋଗୁଁଁ ଖାଲି ମାଠିଆ ପଡ଼ି ରହିଛି। ନା କିଏ ଦେଖୁଛି ନା ତାକୁ କିଏ ପାଣି ଭୁରୁଛି। କେବଳ ବନ ଓ ପରିବେଶ ବିଭାଗ ବୋଲି ପୋଷ୍ଟର ମଧ୍ୟରେ ପ୍ରଚାର ହୋଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟାଳୟ ଦେଇ ବଦଦ୍ୱାରସାହି, ପୁରୁଣା ଭଟ୍ଟା, ପାଟବନ୍ଦ, ଘାଗୁଡିମାଲ, ରାଉତ ପରଡିଗୁଡାର ଲୋକମାନେ ଯାତାୟତ କରିଥାନ୍ତି। ଖରାରେ ତଣ୍ଟି ଶୁଖିଯାଉଥିବାରୁ ପାଣି ମୁନ୍ଦାଏ ପିଇବେ ବୋଲି ଭାବିବା ବେଳକୁ ହାଣ୍ଡି ଖାଲି ରହିଥାଉଛି। ଏହି ଜଳଛତ୍ର କେବଳ ନାମକୁ ମାତ୍ର ରଖାଯାଇଛି ବୋଲି ବାଟୋଇମାନେ କହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories