www.samajalive.in
Monday, December 8, 2025
17.1 C
Bhubaneswar

‘ବୟକଟ୍‌ ତୁର୍କୀ’ ପ୍ରଭାବ: କାଶ୍ମୀର ସେଓର ଚାହିଦା ବୃଦ୍ଧି, ସ୍ୱଦେଶୀ ବିକଳ୍ପ ମୁହାଁ ଗ୍ରାହକ

ନୂଆଦିଲ୍ଲୀ: ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ପାକିସ୍ତାନକୁ ତୁର୍କୀ ସମର୍ଥନ କରିବା ପରେ ଦିଲ୍ଲୀର ଫଳ ବଜାରରେ ତୁର୍କୀ ସେଓ ବର୍ଜନ ଜୋର ଧରିଛି। ପରିଣାମସ୍ୱରୂପ, ବ୍ୟବସାୟୀ ଏବଂ ଗ୍ରାହକମାନେ ତୁର୍କୀ ସେଓ କିଣିବା ବନ୍ଦ କରିଦେଇଛନ୍ତି, ଯାହା ଫଳରେ ବଜାରରେ ଏହି ସେଓର ଯୋଗାଣ ପ୍ରାୟ ଶୂନ୍ୟ ହୋଇଯାଇଛି। ଅନ୍ୟପକ୍ଷରେ, ଗ୍ରାହକମାନେ ସ୍ୱଦେଶୀ ବିକଳ୍ପ ଆଡ଼କୁ ମୁହାଁଇଥିବାରୁ କାଶ୍ମୀରୀ ଅମ୍ବରୀ ସେଓର ଚାହିଦା ବୃଦ୍ଧି ପାଉଛି।

ଦିଲ୍ଲୀର ଆଜାଦପୁର ମଣ୍ଡି, ଓଖଲା ମଣ୍ଡି ଏବଂ ଅନ୍ୟାନ୍ୟ ମଣ୍ଡିରେ ତୁର୍କୀ ସେଓ ବ୍ୟବସାୟ ହୋଇଥାଏ। ବ୍ୟବସାୟୀମାନେ ସେଠାରୁ ସେଓ ଆମଦାନୀ ବନ୍ଦ କରିଦେଇଛନ୍ତି। ଫଳରେ ତୁର୍କୀ ସେଓର ବିକ୍ରୟ ହ୍ରାସ ପାଇଛି। ଏହାଦ୍ୱାରା କାଶ୍ମୀର ବ୍ୟବସାୟୀମାନେ ସିଧାସଳଖ ଲାଭ ପାଉଛନ୍ତି। କାଶ୍ମୀର ସେଓର ଚାହିଦା ପ୍ରାୟ ୨୫ ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟବସାୟୀମାନେ କହିଛନ୍ତି ଯେ, ସେମାନେ ତୁର୍କୀ ସେଓକୁ ବର୍ଜନ କରି ଆମଦାନୀ ମଧ୍ୟ ବନ୍ଦ କରିଦେଇଛନ୍ତି।

- Advertisement -

ବଢିଲା ସେଓ ଦର

ତୁର୍କୀ ସେଓର ଅନୁପସ୍ଥିତି ଏବଂ କାଶ୍ମୀର ସେଓର ଚାହିଦା ବୃଦ୍ଧି ଯୋଗୁଁଁ ବଜାର ମୂଲ୍ୟ ପ୍ରଭାବିତ ହୋଇଛି। ପାଇକାରୀ ବଜାରରେ ସେଓର ୧୦ କିଲୋଗ୍ରାମ କାର୍ଟନ୍‌ର ମୂଲ୍ୟ ୨୦୦-୩୦୦ ଟଙ୍କା ବୃଦ୍ଧି ପାଇଥିବାବେଳେ ଖୁଚୁରା ବଜାରରେ ସେଓ କିଲୋଗ୍ରାମ ପିଛା ୨୦-୩୦ ଟଙ୍କା ମହଙ୍ଗା ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories