ସମାଜ ଡିଜିଟାଲ ଡେସ୍କ: ୧୬ବର୍ଷ ହେଲାଣି ଘରର ଛାତ ଉପରେ ହଜାର ହଜାର ପକ୍ଷୀଙ୍କୁ ଖାଦ୍ୟ ଯୋଗାଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଦମ୍ପତ୍ତି । ନିଜ ଘରର ଛାତ ଉପରେ ଶୁଆ, ପାରା ଓ ଘରଚଟିଆଙ୍କୁ ଦାନା ଦେଇଆସୁଛନ୍ତି ଚେନ୍ନାଇର ଦମ୍ପତ୍ତି ସୁଦର୍ଶନ ଓ ବିଥିୟା । ଏହି ସମୟର ଦୃଶ୍ୟ ବେଶ ମନୋରମ ହୋଇଛି । ସୁଦର୍ଶନ କହିଛନ୍ତି ଯେ ଡିସେମ୍ବର, ଜାନୁଆରୀ ଓ ଫେବୃଆରୀରେ ଅଧିକ ମାତ୍ରାରେ ସୁଆ ତାଙ୍କ ଘରର ଛାତ ଉପରକୁ ଆସିଥାନ୍ତି । ପକ୍ଷୀଙ୍କୁ ଖାଦ୍ୟ ଯୋଗାଇ ସେ ଖୁବ ଖୁସି ହୋଇଥାନ୍ତି । ଦିନରେ ଦୁଇ ଥର ସେ ପକ୍ଷୀମାନଙ୍କୁ ଖାଦ୍ୟ ଦେଇଥାନ୍ତି ।
#WATCH | Tamil Nadu | These are Visuals from the residence of Chennai couple Sudarson and Vithiya. They have been feeding parrots, doves, and house sparrows on their terrace for the past 15 years, making it a great spot for visitors. https://t.co/ZV9OS5AnaV pic.twitter.com/0rKNtOsbK9
— ANI (@ANI) May 16, 2025



