www.samajalive.in
Monday, December 8, 2025
27.1 C
Bhubaneswar

ଅଜୟଙ୍କ ଅଡୁଆ ବଢିଲା, ନିଆଗଲା ଆକ୍ସନ !

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣ ମାମଲାରେ ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖେଳନାରେ ଲେମ୍ବୁ, ଲଙ୍କା  ଟଙ୍ଗାଇ ରାଫେଲକୁ ନେଇ ବୟାନବାଜି କରିଥିବା କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟଙ୍କ ବିରୁଦ୍ଧରେ ବାରଣାସୀ ଜିଲାର ଚେତଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି । ଅଜୟ ରାୟ ଜାତୀୟ ଏକତାକୁ କ୍ଷତି ପହଞ୍ଚାଇଛନ୍ତି ଏବଂ ଭୁଲ ବୟାନବାଜି କରି ଗୁଜବ ସୃଷ୍ଟି କରିଥିବା ଧାରା ଲଗାଯାଇଛି । କ୍ୟାଣ୍ଟ ନିବାସୀ ତଥା ରାଷ୍ଟ୍ରବାଦୀ ହିନ୍ଦୁ ଶକ୍ତି ବାହିନୀର ଜାତୀୟ ଅଧ୍ୟକ୍ଷ ପ୍ରଦୀପ କୁମାର ଗୁପ୍ତାଙ୍କ ଅଭିଯୋଗ ପରେ ଏହି ମାମଲା ରୁଜୁ ହୋଇଛି ।

କହିରଖୁଛୁ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଅଜୟ ରାୟ ଏକ ଖେଳନା ଜାହାଜରେ ଲେମ୍ବୁ, ଲଙ୍କା ଲଟକାଇ ଏହାକୁ ଭାରତର ରାଫେଲ ସହ ତୁଳନା କରିଥିଲେ । ରାଫେଲ ଲଢୁଆ ବିମାନକୁ ବେକାର କରି ଭାରତୀୟ ସେନାର ମଜା ଉଡାଇବା ସହ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଅପମାନ କରିଥିଲେ । ସାମାଜିକ ଗଣମାଧ୍ୟମରେ ତାଙ୍କର ଏହି ଭିଡିଓ ଭାଇରାଲ ହୋଇଥିଲା ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories