www.samajalive.in
Monday, December 8, 2025
27.1 C
Bhubaneswar

ଶହୀଦଙ୍କ ପ୍ରତି ବୁନ୍ଦା ରକ୍ତର ପ୍ରତିଶୋଧ ନେବ ଭାରତ: ପୂର୍ବ ସେନାଧକ୍ଷ ଭି. କେ. ସିଂହ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁଲୱାମାରେ କେନ୍ଦ୍ରୀୟ ସୁରକ୍ଷାବଳ ଉପରେ ଆତଙ୍କୀ ଆକ୍ରମଣ ଓ ସେଥିରେ ୩୦ରୁ ଅଧିକ ଯବାନ ଶହୀଦ ହୋଇଥିବା ଘଟଣାର କଡା ନିନ୍ଦା କରିବା ସହ ଭାରତ ଶହୀଦଙ୍କ ପ୍ରତି ବୁନ୍ଦା ରକ୍ତର ପ୍ରତିଶୋଧ ନେବ ବୋଲି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବ ସେନାଧକ୍ଷ ଭି. କେ. ସିଂହ କହିଛନ୍ତି । ଜାମ୍ମୁ କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାହ ଏବଂ ପିଡିପି ମୁଖ୍ୟ ମେହେବୁବା ମୁଫତି ଏହି ଘଟଣାର ନିନ୍ଦା କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟ ବାର୍ତ୍ତାରେ ସିଆରପିଏଫ ଉପରେ ଆତଙ୍କୀ ଆକ୍ରମଣର ନିନ୍ଦା କରିଛନ୍ତି । ଇତି ମଧ୍ୟରେ ଗୃହ ମନ୍ତ୍ରୀ ରାଜନାଥ ସିଂହ ସିଆରପିଏଫ ମହାନିର୍ଦ୍ଦେଶକ ଆର. ଆର. ଭଟନାଗରଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ସିଆରପିଏଫର ୨୫୦୦ ଯବାନ ୭୮ଟି ବସରେ ସେମାନଙ୍କ କାର୍ଯ୍ୟସ୍ଥଳୀକୁ ଫେରୁଥିବା ବେଳେ ଜୈସ-ଏ-ମହମ୍ମଦ ଆତଙ୍କୀ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଅବନ୍ତିପୁରା ନିକଟରେ ଏକ ବିସ୍ଫୋରକ ବୋଝେଇ ଗାଡିକୁ ସୁରକ୍ଷା ବଳ ବସ ସହ ଧକ୍କା କରିଥିଲେ । ଘଟଣାସ୍ଥଳରେ ୧୮ ଜଣ ଯବାନ ଶହୀଦ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ପୁଲିସ ସୂଚନା ଅନୁଯାୟୀ ବିସ୍ଫୋରକ ବୋଝେଇ ଗାଡି ଚଳାଉ ଥିବା ଆଦିଲ ଅହମଦ ପୁଲୱାମା ଅନ୍ତର୍ଗତ କାକପୋରା ଅଞ୍ଚଳର ଏବଂ ସେ ଜୈସ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନରେ ୨୦୧୮ରେ ଯୋଗଦେଇଥିଲା ।

 

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories