www.samajalive.in
Monday, December 8, 2025
27.1 C
Bhubaneswar

ସାଓମି ଲଞ୍ଚ କଲା ନୂଆ ହୋମ ସିକ୍ୟୁରିଟି କ୍ୟାମେରା

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ସାଓମି ତାର ନୂଆ ହୋମ ସିକ୍ୟୁରିଟି କ୍ୟାମେରା ଲଞ୍ଚ କରିଛି। ଏହାପୂର୍ବରୁ କମ୍ପାନୀ ତାର ହୋମ ସିକ୍ୟୁରିଟି ୩୬୦କ୍ୟାମେରା ଲଞ୍ଚ କରିଥିଲା। ଯାହା ଗ୍ରାମହକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିଲା।
ଏହି କ୍ୟାମେରାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୧୦୮୦ ପିକ୍ସଲରେ ୧୩୦ଡିଗ୍ରୀ ୱାଇଡ୍‌ ଆଙ୍ଗଲରେ ଭିଡିଓ ରେକର୍ଡ କରିପାରିବେ। ଆହୁରିମଧ୍ୟ ଏହି କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ରହିଛି ଏବଂ ଏହାସହିତ ଏଥିରେ ପାୱାର ଡିଟେକ୍ସନ ଇଞ୍ଜିନ, ଇନ୍‍ଫ୍ରେଡ ନାଇଟ ଭିଜନ ସହିତ ଟକ୍‍ ବ୍ୟାକ ଫିଚର ମଧ୍ୟ ଦିଆଯାଇଛି। ଏହି କ୍ୟାମେରାର ମୂଲ୍ୟ ୨,୨୯୯ଟଙ୍କା ମାତ୍ର। କମ୍ପାନୀ ତରଫରୁ ଦିଆଯାଇଥିବା ଅଫରରେ ଆପଣ ଏହାକୁ ୧୦୦୦ଟଙ୍କା କମ ମୂଲ୍ୟରେ ଅର୍ଥାତ ୧,୯୯୯ଟଙ୍କାରେ କିଣିପାରିବେ। ଏହି କ୍ୟାମେରା ଏମଆଇ.କମ ୱେବସାଇଟରେ ଉପଲବ୍ଧ ରହିଛି।
ଏହାର ଅନ୍ୟ ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୨୦ଫ୍ରେମ ପ୍ରତି ସେକେଣ୍ଡ ହିସାବରେ ଭିଡିଓ ରେକର୍ଡ କରିପାରିବେ। ଏଥିରେ ଏମଆଇ ମୋଶନ ଡିଟେକ୍ସନ୍‍ ମଧ୍ୟ ରହିଛି। ଏହାବ୍ୟତୀତ ଏଥିରେ ୫ଭୋଲ୍ଟ-୧ ସ୍ପିକରର ପାୱାର ଇନପୁଟ, ମାଇକ୍ରୋ ଏସଡି କାର୍ଡ ସପୋର୍ଟ ଏବଂ ୱାଇ-ଫାଇ ସପୋର୍ଟ ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories