www.samajalive.in
Tuesday, December 9, 2025
17.1 C
Bhubaneswar

ଦୁର୍ବୃତ୍ତଙ୍କ ଗୁଳିମାଡରେ ଆଖୁ ଚାଷୀ ଆହତ

ବଲାଙ୍ଗୀର : ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଆଖୁ ଚାଷୀ ଆହତ ହୋଇଛନ୍ତି। ଏପରି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗୀର ଜିଲା ତୁଷରା ଅନ୍ତର୍ଗତ ସମରା ଗ୍ରାମରେ ଘଟିଛି। ଚାଷୀ ଜଣକ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତ ଚାଷୀ ହେଉଛନ୍ତି ମଙ୍ଗଳୁ ସେଠ (୬୦)। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳୁ ନିଜ ଆଖୁ ବିଲ ଜଗିଥିବା ବେଳେ ୪ଜଣ ବାଇକ ଆରୋହୀ ସେଠାରେ ପହଞ୍ଚି ଥିଲେ। ତାଙ୍କ ଆଖୁ ଖାଇବାକୁ ମାଗିଥିଲେ। କିନ୍ତୁ ମଙ୍ଗଳୁ ସେମାନଙ୍କୁ ଆଖୁ ଦେବାକୁ ମନା କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଯୁବକମାନେ ଏଥିରେ ରାଗି ଯାଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ମଙ୍ଗଳୁଙ୍କର ଡାହାଣ ଜଙ୍ଘରେ ବାଜିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories